ମୁଁ ଓଡ଼ିଆ
ମୁଁ ଓଡ଼ିଆ
1 min
11.6K
ମୁଁ ସେଇ ଶୀତୁଆ ସକାଳର ଚୁଲିବସା ନାଲି ଚା....
ମୁଁ ସେଇ କଳାଛତା-ଧଳାଧୋତି ଆଉ ଖୋର୍ଧା ଗାମୁଛା....
ମୁଁ ସେଇ ହାଣ୍ଡିଆ ଆଉ ଖରାଦିନିଆ ବାସି ତୋରାଣୀ....
ମୁଁ ସେଇ ରଥଯାତ୍ରା-ଦୋଳମେଳନ-ରଜ ଆଉ ଖୁଦୁରୁକୁଣୀ....
ମୁଁ ସେଇ ଓଡିଶୀ-ବାଦିପାଲା ଆଉ ଦାଶକାଠିଆ ମେଳି....
ମୁଁ ସେଇ ବୋଉ ହାତ ତିଆରି ମଣ୍ଡା-ଆରିସା-ପୋଡ ଅାଉ ଚକୁଳି....
ମୁଁ ସେଇ ଗୋଡ ବାଜିଲେ ବିଷ୍ଣୁ ଅାଉ ପାଦ ଛୁଇଁ ମୁଣ୍ଡିଆ....
ମୁଁ ଅନ୍ୟତମ, ମୁଁ ସର୍ବୋତ୍ତମ, ମୁଁ ଗର୍ବିତ, ମୁଁ ଓଡିଆ....।