Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

4  

Jagannath Das

Inspirational

ରୁପ ଯୈାବନ ଦୁଇଦିନିଆ

ରୁପ ଯୈାବନ ଦୁଇଦିନିଆ

1 min
319



ରୁପ ଯୈାବନ ଦୁଇ ଦିନିଆ

ଜାଣିକି ମଣିଷ ଗର୍ବ କରେ

ଆଉ ସବୁ ଅଢେଇ ଦିନିଆ

ଏସବୁ ଜାଣିକି କାହିଁକି କରେ

ଆପଣା ଦୁଃଖ ଆପଣା ଭିତରେ ଦେଖିକି ମରେ।


ଏ ଯେଉଁ ସତ୍ୟ ଯାଉଛି ଗାଇ

କିଏ ତାକୁ ରୋକି କରିବ ତୁନି

ଦିଗ ବିଦିଗରେ ଯାଇଛି ଘୋଷି

ଆକାଶ ଫଟାଇ ତା ପ୍ରତିଧ୍ବନୀ

ସଂସାର ସାର ଏହି ମର୍ମ ଜାଣିଛନ୍ତି

ମୁନି ଜ୍ଞାନୀ ବାରେ।


ନଶ୍ବର ସଂସାରେ ଈଶ୍ବର ସାର

ଯାହା ଦେଖୁଛ ଏ ଦୁଇ ଦିନର

ଜଗତ ଅଟଇ ଜାଣ ତା' ନିଜର

ସିଏ ଅଟେ ସର୍ବେସର୍ବା ଅଧିଶ୍ବର

ପୂଜନ ଭଜନ ସ୍ମରଣ କୀର୍ତ୍ତନ 

ନିତି କର ବାରେ।


ଅସାର ଜଗତ ଜଗତରନାଥ

ସବୁତ ଅସତ୍ୟ ସେହି ଏକା ସତ୍ୟ

ଅନାଥର ନାଥ ଅନ୍ଧଙ୍କର ପଥ

ପରମୋଚ୍ଚ ଶକ୍ତି ନଜାଣେ ଅଜ୍ଞାତ

ଦରିଦ୍ରଙ୍କ ଧନ ତୋରପାଦେ ରହୁ ମନ ବାରେ।



Rate this content
Log in

Similar oriya poem from Inspirational