STORYMIRROR

Krushna Kumar

Inspirational

3  

Krushna Kumar

Inspirational

ରୋମନ୍ଥନ

ରୋମନ୍ଥନ

1 min
6


ସ୍ୱାଧୀନତା ଅର୍ଥ କିଏ ବା ବୁଝିଛେ ସ୍ଵାଧୀନ ଦେଶରେ ଥାଇ

ସ୍ୱେଚ୍ଛଚାରୀତା ନିଶାରେ ପାଗଳ ଅନ୍ତଃସାର ଶୂନ୍ୟ ହୋଇ।


ଗଣତନ୍ତ୍ରର ଡିଣ୍ଡିମ ପିଟି ଚିପି ଦେଲୁଣି ତା ଗଳା

ପ୍ରଗତିର ପଥେ ଧାଇଁଛୁ ଗଳାଇ କଣ୍ଠେ ଦୁର୍ନୀତିର ମାଳା। 


ବାପୁଜୀଙ୍କ ଧର୍ମ ମାର୍ଗ ଭୁଲିଛୁ ଦେଶ ପ୍ରେମ ତାର ସାଥେ

ଆମେ ସବୁ ଯେତେ ଭାରତୀୟ ବୋଲି କିଏ ବା ବୁଝିଛୁ କେତେ।


ତ୍ରିରଙ୍ଗା ପତାକା ଟେକୁ ଆମେ ସିନା କାହିଁ ଜାତୀୟତା ଭାବ

ସଭା ସମିତିରେ ଭାଷଣ ଦେଉଛୁ ଛାଡୁନୁ ହିଂସା ଗର୍ବ।


ଜାତି ଦଳ ବାଦ ଦ୍ୱନ୍ଦ ଯୁଦ୍ଧରେ ରକ୍ତର ବନ୍ୟା ବହେ

ଶାନ୍ତି ଏକତା ହଜି ତ ଯାଇଛି ଗାଧୋଉଛୁ ଆଖି ଲୁହେ।


ବିଦେଶୀଙ୍କ ଠାରୁ ନିଷ୍ଠୁର ସାଜିଛି ଆମରି ସ୍ୱଦେଶୀ ଭାଇ

ସେ ପାଇଁ ତ କିଛି ବିପ୍ଳବ ଉଠୁନି ନୀରବେ ଯାଉଛୁ ସହି।


ଲୋଡା ଆଜି ସ୍ବାଧୀନତାର ସୁରକ୍ଷା ଦେଶ ପାଇଁ ପ୍ରେମ ଭକ୍ତି 

ଶାନ୍ତି ଏକତାର ପଥରେ ଚାଲିବା ଭରି ମାନବିକ ପ୍ରୀତି।



Rate this content
Log in

More oriya poem from Krushna Kumar

Similar oriya poem from Inspirational