ପ୍ରକୃତି ମାଆ ର କ୍ରନ୍ଦନ
ପ୍ରକୃତି ମାଆ ର କ୍ରନ୍ଦନ
ବିଦ୍ୟାର ଆଶ୍ରୟ ନେଇ
ମନୁଷ୍ଯ ପ୍ରକୃତି ର କ୍ଷତି କରଇ ,,ପ୍ରଯୁକ୍ତି
ପ୍ରକୃତି ର ସୁନ୍ଦର ରଚନା କୁ
ନିଜ ସ୍ୱାର୍ଥ ପାଇଁ ଧ୍ଵଂସ କରଇ ॥
ବଣ, ଜଙ୍ଗଲ କୁ କାଟି କରି
ବଡ ଅଟ୍ଟାଳିକା ମାନ ଠିଆ କରେ,,
ଆଧୁନିକ କରଣ ର ଅଗ୍ରଗତି ପାଇଁ
କଳକାରଖାନା ମାନ ପ୍ରତିଷ୍ଠା କରେ ॥
କେବେ ପାହାଡ ପର୍ବତ ଚୂର୍ଣ୍ଣ କରେ ତ
ପୁଣି ଭୂମି ଗର୍ଭ ରୁ ଖଣି ଉତ୍ତୋଳନ କରେ,,
କେତେ ଯେ ସହିବ ପ୍ରକୃତି ମା
କେତେ କ୍ଷମା ଦବ ଏ ମଣିଷ ଙ୍କୁ ଆହା ॥
ମଧୁର ଜଳ କୁ ବିଷ କରେ ସେ ମନୁଷ୍ୟ
ନାନା ବର୍ଜ୍ୟବସ୍ତୁ ମିଶାଇବା ରେ ବ୍ୟସ୍ତ,,
ଜଳଚର ପ୍ରାଣୀ ଯେ ବଞ୍ଚିବା ଟା କଷ୍ଟ
ନିଜ ସ୍ଵାର୍ଥ ପାଇଁ ସେ ଅନ୍ୟର କରେ ଅନିଷ୍ଟ ॥
ଯାନ୍ତ୍ରିକ ଯାନବାହାନ, କଳକାରଖାନା
ନିର୍ଗତ କରନ୍ତି ସେ ବିଷାକ୍ତ ଧୂଆଁ,,
ବାୟୁ ରେ ମିଶି କି କରେ ବାୟୁ ବିଷମୟ
ଜୀବ ଜନ୍ତୁ ପାଇଁ ସାଜେ ସେ ଦୁଃସମୟ ॥
ଲୋପ ପାଇବାରେ ଲାଗିଲେଣି ଅନେକ୍ ଜୀବ
ସନ୍ତାନ ବିଲୁପ୍ତ କୁ ସେ ମା କେମିତି ସହିବ,,
ସହଜ ନୁହେଁ ନିଜ ସନ୍ତାନ ହରାଇ
କୋଉ ମା ନୀରବ ହୋଇ ରହିବ॥
ସହିଲେ ସହିବ, କେତେ ସେ ସହିବ
ପ୍ରକୃତି ମା ର କ୍ଲେଶ କିଏ ବା ବୁଝିବ
ନିରୁପାୟ ସେ, ଉପାୟ ବା କାହିଁ
ନୀରବେ କାନ୍ଦୁଛି ନିଜ ସୌନ୍ଦର୍ଯ୍ୟ ହରାଇ ॥
ଧର୍ଯ୍ୟ ହରା ହୋଇ ତାଣ୍ଡବ ସେ କରେ
କାରଣ ଜାଣିବି ଏ ମନୁଷ୍ୟ ମୌନ କରେ ,,
କେବେ ବନ୍ୟା ତ କେବେ ବାତ୍ୟା
କରାଳ ରୂପ ସେ ଧାରଣ କରେ ॥
ଅସହ୍ୟ ହୋଇ ସେ ଭୂସ୍ଖଳନ
କେବେ ପୁଣି ଭୂମିକମ୍ପ କରେ,,
କିଏ ବା ଶୁଣିବ ତା କ୍ରନ୍ଦନ ଧ୍ୱନି
ସ୍ୱାର୍ଥ ମଣିଷ ପୁଣି କରେ ତାର କ୍ଷତି ॥
ସାହିବା ର ସୀମା ପାର ହେଲେ
ପ୍ରକୃତି ଲୋତକ କରାଳ ବର୍ଷାର ରୂପ ନେଲେ ,,
ତଥାପି ନିଷ୍ଠୁର ମଣିଷ ପ୍ରକୃତି ମା ର
ଧର୍ଯ୍ୟ ର ପରୀକ୍ଷା ନେଇ ଚାଲେ ॥
ଏତିକି ଗୁହାରି ରଖ ସେ ପ୍ରକୃତି ମା ର
ଯିଏ ସୁନ୍ଦର୍ ପରିବେଶ, ଶିକ୍ଷା ର ଗୁରୁ ତୁମର,,
ତା ଋଣ ସୁଝ ହେ ମନୁଷ୍ୟ ସମାଜ
ପ୍ରକୃତି ମା ର ରକ୍ଷା କରିବା ନିଅ ଶପଥ॥
ପ୍ରକୃତି କୋଳରେ ବଢିଛେ ଆମେ
ପ୍ରକୃତି ମା ର ଆମେ ସନ୍ତାନ,,
ଭୋକ କଲେ ଦିଏ ଖାଦ୍ୟ ପାନୀୟ
ରହିବା କୁ ଦିଏ ବାସ ଭବନ ॥
ତା ଉପକାର କିଏ ଭୁଲି କି ପାରିବ
ମା ଋଣ କି ସୁଝି କି ପାରିବ,,
ଏତିକି ଇଚ୍ଛା କୁ ତ କର ସମ୍ମାନ
ସୌନ୍ଦର୍ଯ୍ୟ କୁ ତାର କର ରକ୍ଷଣ ॥