STORYMIRROR

Sumitra Nayak

Tragedy Others

2  

Sumitra Nayak

Tragedy Others

କନ୍ୟା ର ସ୍ୱାଗତ୍ କି ହେବ?

କନ୍ୟା ର ସ୍ୱାଗତ୍ କି ହେବ?

1 min
137

ସେ କନ୍ୟା ସନ୍ତାନ  

       ତାର ସ୍ୱାଗତ୍ କି ହେବ..?

ଧରିତ୍ରୀ ପୃଷ୍ଟ କୁ

       ସେ ଆସି କି ପାରିବ...??

ବୋଧେ ଅନ୍ତ ରେ

       ତାର ମୃତ୍ୟୁ ହୋଇଯିବ..!!

ଭୃଣ ଅବସ୍ଥା ରେ

          ତାକୁ ନଷ୍ଟ କରାଯିବ .....!!

କାଳକେ ରହିଛି

        ଏ ପରମ୍ପରା ଭୀତ.... ।।

କନ୍ୟା ଏକ ନୀଚ

       ନୀଚ ଧାରଣା ସଙ୍ଗତ...।।

ସର୍ବେ ମନ ରେ

        ଏହା କାହିଁକି ଭାଳନ୍ତି.....??

କନ୍ୟା କୁ ଏତେ

       ନୀଚ ତୁଚ୍ଛ ମାନୁଛନ୍ତି...!!

ସେ କି ନ ହୋଇବ

        ପୁରୁଷ ର ସମକକ୍ଷ....!!

ନକରି କି ପାରିବ

        ପୂର୍ଣ୍ଣ ମହତ୍ତ୍ଵ ଉଦ୍ଦେଶ୍ଯ...??

କାହିଁକି କର ଏହି

        ଅପ୍ରୀତିକର କାର୍ଯ୍ୟ....??

କଅଁଳ କନ୍ୟା ଶିଶୁର

         ଭକ୍ଷକ ଯେ ସାଜ....??

ବିବାହ ପାଇଁ କିମ୍ବା

         ପାଳନ ପୋଷଣ ପାଇଁ....!!

କାରଣ ଯେ କଣ

         ନା କଳୁଷିତ ସେହି...!!

ଶିଶୁ ଯେ ଅଟଇ

         ଭଗବାନ ଙ୍କ ରୂପ.... ।।

ଏହା ଜାଣି ମଧ୍ଯ

         ତୁମେ କର ଦୂର୍ପାପ୍ୟ... ।।

ବଦଳାଅ ସର୍ବେ ଯେ

             ଏ ନୀଚ ଭାବନା... ।।

କନ୍ୟା ନୁହଁଇ ଯେ

           ପାପ ର ସାଧନା..... ।।

ଅଟେ ସେହି ଦୂର୍ଗା କାଳୀ

          ଲକ୍ଷ୍ମୀ ସରସ୍ଵତୀ.... ।।

ମାଆ କାହାର ତ ସ୍ତ୍ରୀ

           କିମ୍ବା ଭଉଣୀ ସାଥୀ .... ।।

ଜୟ ଜଗନ୍ନାଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy