STORYMIRROR

Susil Pani

Inspirational Abstract Others

2  

Susil Pani

Inspirational Abstract Others

ପରିବେଶ ପ୍ରଦୂଷଣ

ପରିବେଶ ପ୍ରଦୂଷଣ

1 min
2.8K


ପରିବେଶକୁ ରଖିଲେ ପରିଛନ୍ନ ପରିଷ୍କାର

             ନ ହୋଇବ ସେ କୁତ୍ସିତ କଦାକାର ।। (୧)

ପ୍ରଦୂଷିତ ଏଠି ପାଣି ପବନ

              ତା ଠାରୁ ଅଧିକ ପ୍ରକୃତି ଜାଣ ।। (୨)

ଜନ ଜୀବନ ଏଠି ଜାଣ ଅସହ୍ୟ

              ନରକ ପାଲଟେ ପ୍ରକୃତି ବକ୍ଷ ।। (୩)

ଅଳିଆ ଆବର୍ଜନାର ସଢା ଦୁର୍ଗନ୍ଧ ।

              କରୁଛି ପରିବେଶକୁ ସର୍ବନାସ ।। (୪)

ପ୍ରାକୃତିକ ସବୁଜିମାରେ ପ୍ରକୃତି ଥିଲା ଭରପୁର ।

      ହସୁଥିଲା ଏ ପ୍ରକୃତି ହୋଇ ସୁନ୍ଦର ।। (୫)

ଦିନକୁ ଦିନ ରହିଲା ଅଭାବ ମନୁଷ୍ୟର ଘର ।

   ସବୁଜ ବନ ବନାନି କାଟି କୁଟି କଲା ଛାରଖାର ।। (୬)

କଳ କାରଖାନାର ଉତ୍କଟ ଗ୍ୟାସ୍ ବାଷ୍ପ

             ଗାଡି ମଟରର ଦୂଷିତ ଧୂଆଁ ନିର୍ଗତ

      କରୁଛି ପରିବେଶକୁ ଦିନ କୁ ଦିନ ପ୍ରଦୂଷିତ ।। (୭)

ସବୁଜ ବଣ ଜଙ୍ଗଲ ହେବାରୁ ସଂକ୍ଷିପ୍ତ

                 ଅଙ୍ଗାରକ୍ଲାମ ଗ୍ୟାସ ବଢଇ ବହୁତ ।

ଯେଣୁ ସୂର୍ଯଙ୍କ କିରଣ ଉତ୍ତାପ ହୁଅଇ ପ୍ରଖରିତ ।। (୮)

ମନୁଷ୍ୟର ଅମ୍ଲଜାନ ପ୍ରଶ୍ୱାସରେ ନ ନେବାରୁ ଯଥେଷ୍ଟ ।

ତେଣୁ ଭୋଗେ ରୋଗ ଜରା ବ୍ୟାଧି ପାଏ ନିତି କଷ୍ଟ ।। (୯)

ଯେହେତୁ ମନୁଷ୍ୟ ନିତି କରୁଛି ବୃକ୍ଷକୁ ଛେଦନ ।

      ଭୋଗୁଅଛି ନିଜେ ନିଜ କୃତ କର୍ମ ଜାଣ ।। (୧୦)

ପ୍ରକୃତି କବି -: ଶ୍ରୀ ସୁଶୀଲ୍ କୁମାର ପାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational