STORYMIRROR

Niharika Sahu

Children

2  

Niharika Sahu

Children

ପରିବେଶ ପ୍ରଦୁଷଣ

ପରିବେଶ ପ୍ରଦୁଷଣ

1 min
13.8K


ଛି ଛି....

ଆଜି କାଲି ଏଠି ସେଠି ମେଞ୍ଚା ମେଞ୍ଚା ମାଛି....

ଫୁଲରେ ନ ବସି ଖାଲି ଅଳିଆ ଖୋଜନ୍ତି...

ରାଜନୀତି ଧୂଆଁରେ ଏ ଦୁନିଆ ଖାଲି ଧୂଆଁ ଧୂଆଁ

ଜୀବାଣୁ କୀଟାଣୁ ସବୁ ଏଇଠି ହାରନ୍ତି....

ଯୋଜନା ପରେ ଯୋଜନା ଏମିତି ଅନେକ ଯୋଜନା

ସବୁ ଯୋଜନାରେ ଉଈ ଚରି ଖାଇଯାନ୍ତି

ଶେଷେ ରହିଯାଏ ଖାଲି ଉଈ ଆଉ ମାଟି...

ଏଠି ସେଠି ସବୁ ନିର୍ମଳିଆ ଲୋକ

ନିଜ ଘର ସଫା ରଖି ଆଳିଆକୁ ପର ଘରେ ଫେକ

ଏମିତି ପଣସ ଖାଇ ପର ମୁଣ୍ଡେ ଅଠା ବୋଳିଥାନ୍ତି.....

ପ୍ରଗତି ସୁଅରେ ଠାକେ ତେଜସ୍କ୍ରିୟ ରଶ୍ମି ଓ ପ୍ଲାଷ୍ଟିକ

ଆବଶ୍ୟକ ଠାରୁ ଏବେ ସବୁ ଚାଲାକ

କାହିଁକି ବେକାବୁ ମଣିଷ ସେଇ ସୁଅରେ ଭାସନ୍ତି....

ଅମଣିଷ ଗନ୍ଧରେ ପରିବେଶ ଆଜି ପୁରା ପ୍ରଦ୍ୟୁଷିତ

ସୁନ୍ଦରଶାଳୀ ପ୍ରକୃତି ହୁଏ କେତେ ଯେ ଆହତ

ମନଇଚ୍ଛା ପ୍ରକୃତିର ଇଜ୍ଜତ ଲୁଟନ୍ତି......

ନିହାରିକା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children