ଯେଉଁ ବାଟେ ମୁଁ ଯାଏ
ଯେଉଁ ବାଟେ ମୁଁ ଯାଏ
1 min
14.2K
ଯେଉଁ ବାଟେ ମୁଁ
ଯେ ନିଇତି ଯାଉଛି
ସେଇ ବାଟେ ତାର ଘର।
ତାର ଘର ଦେଖି
କେତେ ଯେ ପୁରୁଣା କଥା
ମନେ ପଡେ ମୋର ।।
ମନେ ପଡିଯାଏ କେତେ ଯେ
ଅଭୁଲା ସୁଖ ଦୁଃଖ ର ସେ ଦିନ ।
ମନେ ପଡ଼ିଯାଏ ଆମେ ଦେଖିଥିବା
କେତେ ମିଠା ମିଠା ସ୍ଵପ୍ନ ।।
ମନେ ପଡ଼ିଯାଏ ପାଦରେ ପାଦକୁ
ମିଶାଇ ଚାଲିବା କଥା ।
ମନେ ପଡ଼ିଯାଏ ବାଣ୍ଟି କୁଣ୍ଟି ନେବା
ନିଜ ଭିତରର ବ୍ୟଥା ।।
ପୁଣି ମନେ ପଡେ ତାସଘର ପରି
ସ୍ଵପ୍ନ ଘର ଭାଙ୍ଗି ଗଲା ।
ଭାଗ ବଣ୍ଟା ବଣ୍ଟି କଥା ରଖାରଖି
କଥା ରେ ହିଁ ରହିଗଲା ।।
ସେଇଥି ପାଇଁ ତ ଭଳିବାକୁ ଚାହେଁ
ପୁରୁଣା ସାଉଁଟା ସ୍ମୃତି ।
ହେଲେ, ଭୁଲିବି କେମିତି
ତାର ଘର ଦେଇ ଯାଉଛି ମୋ ରାସ୍ତା ନିତି ।।
ନିହାରିକା ସାହୁ
