STORYMIRROR

Niharika Sahu

Others

2  

Niharika Sahu

Others

ଫୁଲ ଓ ଭ୍ରମର କଥା

ଫୁଲ ଓ ଭ୍ରମର କଥା

1 min
14.2K


ଦୟା କରି ପ୍ରିୟା ମୋତେଦିଅ କ୍ଷମା କରି ।

ତୁମ କଥା ମୁଁ ରଖି ପାରିଲିନି ସଚ୍ଚା ପ୍ରେମୀକଟେ ପରି ।।

ତୁମେ ମାଗିଥିଲ ଗୋଲାପର ଫୁଲ ତୁମ ପ୍ରିୟ ଫୁଲ ବୋଲି..।

ହେଲେ ମୁଁ ଫୁଲକୁ ସାଥିରେ ନ ଆଣି ଆସିଥିଲି ଖାଲି ଖାଲି ।।

ମୁଁ ଏତେ ବି ଖରାପ ନୁହଁ।

ତୁମ ଖୁସି ପାଇଁ ଫୁଲ ଆଣିବାକୁ ଯାଇ ନ ଥିଵିକି କୁହ ???।।

ମୁଁ ଯାଇ ଥିଲି ଆଣିବାକୁ ।

ଯାଇକି ଦେଖିଲି ଭ୍ରମରଟେ ବସି ଚୁମିଯାଉଥିଲା ତାକୁ.....

ଜୋର କରି ତାକୁ କରି ପାରିଲିନି ଦୂର ଏୟା ଖାଲି ଦୋଷ ମୋର...।।

ତାକୁ ଛାଡ଼ିଦେଇ ଅଗକୁ ବଢିଲି ଆଉ ଗୋଟେ ଫୁଲ ପାଇଁ ।

ମନରେ ଆସିଲା ଭ୍ରମରକୁ ଯଦି ରହିଥିବ ସିଏ ଚାହିଁ ???

ଟିକେ ଭାବି ଦେଖ ତୋଳିଦେଲେ ତାକୁ ଜମା ଭଲହେବ ନାହିଁ ।।

ଜଗତ ଉଦ୍ୟାନେ ତୁମେ ଗୋଲାପଟେ ଆଉ ମୁଁ ତୁମ ଭ୍ରମର...।

ପ୍ରେମଟିଏ ହୋଇ ଆଉ କା ପ୍ରେମକୁ କରନ୍ତି କେମିତି ଦୂର???...।।

କୁହ ପ୍ରିୟା ତୁମେ କୁହ...

ଆମେ ହସିବାକୁ ସ୍ୱାର୍ଥ ପର ଭାବେ ଆଉ କା ଆଖିରେ ଭରନ୍ତି କେମିତି ଲୁହ???

ମୋ ମନକୁ ଦେଖ ଗୋଲାପଟେ କରି ଆଣିଛି ତୁମରି ପାଇଁ...

ବଗିଚାର ଫୁଲ ଖୁସି ହେଉଥାଉ ସେଇ ଭ୍ରମରକୁ ନେଇ...

ଗୋଲାପ ଫୁଲ ତ ମଉଳିଵ ଦିନେ ମନ ମଉଳିଵ ନାହିଁ...

ସଦା ଝଟକିବି ଦେଖିବଗୋ ପ୍ରିୟା ତୁମ ହୃଦୟରେ ରହି....

ସବୁ କିଛି ଭୁଲି ଖୁସିରେ ଖୁସିରେ ମତେ ଗୋ ନିଅ ଆଦରି....

ଦୟା କରି ପ୍ରିୟା ମୋତେଦିଅ କ୍ଷମାକରି....।।


ନିହାରିକା ସାହୁ।।


Rate this content
Log in