Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarbeswar Sahoo Lipan

Romance

3  

Sarbeswar Sahoo Lipan

Romance

ପ୍ରେମର ମଞ୍ଜୁରୀ

ପ୍ରେମର ମଞ୍ଜୁରୀ

1 min
173


 


ମୋ ମନ ଭିତର    ଭାବନାକୁ ଆଜି

      ପାରିଲି ପ୍ରକାଶ କରି ;

ହୃଦୟ ଯାଉଛି    ଶିହରି ମୋହର

      ସାହସ ଯାଉଛି ହାରି ।


ଆଖି ପଲକରେ     ଛବି ତୁମ ଦେଖେ

      ଜହ୍ନ ରାଇଜରେ ହଜି ;

ମୋ ମନ ଆକାଶ     ମୃଦୁ ଜୋଛନାରେ

      ପାଉଛି ତୁମକୁ ଖୋଜି ।


ଦୃଢ ଚିତ୍ତ ଧରି     ପ୍ରେମର ପ୍ରସ୍ତାବ

     ପାରିଛି ତୁମକୁ କହି ;

ଉତ୍ତର ଆଶାରେ    ଚାହିଁ ବସିଛି ମୁଁ 

     ଖୋଲି ମୋର ନେତ୍ର ଦୁଇ ।


ପ୍ରେମ ପ୍ରସ୍ତାବର     ଦିବସେ ମାଗିଛି 

      ତୁମର ପ୍ରେମ ମଞ୍ଜୁରି ;

ଉତ୍ତର ଆଶାରେ    ହୃଦୟ ମୋହର 

     ହେଉଛି ଅଥୟ ଭାରି ।


ମଞ୍ଜୁରି ପାଇବି     ଏଇ ଭାବନାରେ 

     ଭାବିଛି ଅନେକ କଥା ;

ଅସୁମାରୀ ଆଶା     ହୃଦୟ ବୁକୁରେ 

     ତୁମରି ଭାବନା ଗୁନ୍ଥା ।


ଉତ୍ତର ତୁମର     ହଁ ହେଉ ଅବା ନାଁ

      ଫରକ ପଡିବ ନାହିଁ ;

ଭଲ ପାଉଥିବି     ତୁମକୁ ଜୀବନେ 

      ଜୀଇଁ ଥିବା ଯାଏ ମୁହିଁ ।

 


Rate this content
Log in

Similar oriya poem from Romance