Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Panchanan Jena

Romance

3  

Panchanan Jena

Romance

ନୋବେଲ ପୁରସ୍କାର

ନୋବେଲ ପୁରସ୍କାର

2 mins
25


ଅଫିସରୁ ଫେରୁ ଫେରୁ ବହୁ ବିଳମ୍ଵ ହେଲା ମୋର

ଘରକୁ ପଶୁ ପଶୁ 

କବାଟ ଖୋଲା ଦିଶୁ

ଶ୍ରୀମତୀଙ୍କ କଡ଼ା କଟାକ୍ଷ ସହିତ ଭେଟ ହେଲା ମୋର

ଝପେ ରୀତିମତ୍ ବର୍ଷିବ ବର୍ଷବ ଲାଗୁଛି

ଗର୍ଜନ ତର୍ଜନ ତୁମ୍ଭି ତୁଫାନ ଅଣଚାଷି ବହୁଛି । ୧ ।


ରାଗ ଲାଗିଲା

ରୋଷ ବି ହେଲା

କିଏ କହିଥିଲା ଦୁଷ୍ଟ ପାମର

ଭେଟ ହୁଅନ୍ତା କି ଶଳା ଖଚ୍ଚର

କାନ ତଳେ ଦେଇଥାନ୍ତି ଦୁଇ

ହୁଏନ୍ତା ସାଥିରେ ଏକ ଓ ଦୁଇ

କହିଲା କ'ଣ ନା ---

ଗରଜିଲା ମେଘ ବରଷେ ନାହିଁ

ଭୂକିଲା କୁକୁର କାମୁଡ଼େ ନାହିଁ

ମୋ ଘରଣୀଙ୍କ ସହ ଭେଟ କାହିଁ ।୨।


ଆଗେ ଆଗେ ସେ

ପଛେ ପଛେ ମୁଁ 

ପାଦ ଦୁଇ ମୋର

ଆଗକୁ ଭଠୁନି କହରେ ତୁ

ମନରେ ଖୋଜେ ନୂଆ ପଇଁତରା

ବାହାନା ଯୋଜନାର ପନ୍ଥା ପସରା ।୩।


ବାହାରେ ବର୍ଷାର ରିମ୍ ଝିମ୍ କଦମ ତାଲ୍

ମେଘ ମେଦୁର ରଜନୀ ସହିତ ମୌସୁମୀ 

ଗାଉଛି ପ୍ରେମ ଗଜଲ୍

ବିଜୁଳି ରାଣୀ କାଢି ଓଢଣୀ

ଆଖି ମାରୁଛି ହୋଇ ବାୟାଣୀ

ବେଙ୍ଗୁଲି ରାଣୀ କହେ କାହାଣୀ

କେଁ କଟର ବିରହ ବାଣୀ ।

ମନ ମଗଜରେ ଅଙ୍କୁରିତ ପ୍ରେମ

ବର୍ଷିବା ଝରିବା ପୂର୍ବରୁ ଧରିବା ଲଗାମ । ୪ ।


ପଛ ପଟୁ କଲି କୋଳାଗ୍ରତ ବେନି ହସ୍ତ ଆବୋରୀ

ଚିବୁକ ତଳେ ଦସ୍ତକ ସ୍ତବକ ଗରମ ଓଠର ଛୁଆଁ ପ୍ରସାରୀ

ବର୍ଷିପାରି ନଥିବା ଘନକଳା ମେଘ ଖଣ୍ଡେ ଦେଖିଲା ନୟନ

ଦଲକାଏ ଥଣ୍ଡା ପଵନରେ ଫଡ୍‌ ଫଡ଼

 ଦିଗବଳୟ ପାରି ନିଶ୍ଚିହ୍ନ

ଟୁପ୍ ଟାପ୍ ବର୍ଷିବ ବର୍ଷବ ଢଳ ଢଳ

ନିଜ ଛବି ଆଙ୍କିଛି ଡୋଳାରେ ଜଳ ଜଳ

ନୂତନ ବିବାହୀ ପରି ବିରହୀ ପ୍ରୀୟା 

ମୋ ପଦ୍ମନୟନୀ ପ୍ରିତିଲଗ୍ନା

ଦିନ ତମାମ୍ ବର୍ଷାର ରିମ୍ ଝିମ୍ ମହ୍ଲାର ଦେଖିଛି 

ଝରକା ଫାଙ୍କରୁ ଭାବ ଉଲଗ୍ନା

ସଜେଇ ବନେଇ ତନୁ ବଲ୍ଲରୀକୁ ନବିନାବାଳା

 ସେ ପ୍ରମୋଦିନି

ପରୀ ରାଇଜର ରଜନୀ ବରଣୀ

ମୋ ପ୍ରେୟସୀ ପ୍ରାଣସଜନୀ

ପଦ୍ମପ୍ରୀୟା ପଦ୍ମଗନ୍ଧା ପଦ୍ମିନୀ

ମୋ ପ୍ରଣୟବଲ୍ଲରୀ ପ୍ରଣୟିନୀ 

ପଦ୍ମପତ୍ରେ ଯେମନ୍ତେ ଜଳ ଛଳ ଛଳ

ତା' ପଦ୍ମ ନେତ୍ରେ ମୋତି ଚମକେ ଢଳ ଢଳ 

ତରଳ ସରଳ ଚପଳ କଳ କଳ ।୫।


ଅଭାଗା ହତଭାଗା ମୁଁ ନିର୍ବୋଧ

ଏ ସୁଖ କସ୍ତୁରି ମୃଗ

ଘରେ ଛାଡ଼ି ମୁଁ ଚାକିରି କରେ

ଜ୍ଞାନୀ ବୋଲାଏ ନିଜକୁ ଆଗ

ହେ ବର୍ଷା ତୁ ଜ୍ଞାନୀ ବିଜ୍ଞାନୀ ଅନୁସନ୍ଧାନୀ

ମୋ ପ୍ରୀୟ। ପାରିଜାତ ଥିଲେ ଏକାକୀ ବନ୍ଦିନୀ

ତୁମେ ତୋଳିବନି ମଧୁର ମୁର୍ଚ୍ଛନା

ପ୍ରେମ ପ୍ଲାବନେ ଝରିବିନି ମୋ ସୁନା

ତୁମକୁ ନମସ୍କାର କୋଟି ଦଣ୍ଡବତ

ହେ ବର୍ଷାରାଣୀ ଠାକୁରାଣୀ କରେ ଜୁହାର

ପୁନର୍ବାର ଗରଜି ବର୍ଷିବା ପୂର୍ବରୁ

 ଆଖି ଆଗରେ ନୂତନ ଆବିଷ୍କାର

ହାତ ମୁଠାରେ ନୋବେଲ ପୁରସ୍କାର ।୬।


 


Rate this content
Log in