Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarbeswar Sahoo Lipan

Romance

3  

Sarbeswar Sahoo Lipan

Romance

ଗୋଲାପ

ଗୋଲାପ

1 min
227


ଗୋଲାପଟେ ପରା     ପ୍ରେମର ପ୍ରତୀକ 

      ଆଜିର ଏ ସମାଜରେ ;

ଫୁଲ କଣ୍ଟା ପରି     ସୁଖ ଦୁଃଖ ଅଛି

      ଆଜି କାଲି ସମ୍ପର୍କରେ ।


ସମସ୍ତେ ଚାହାଁନ୍ତି     ତାଙ୍କ ଜୀବନରେ 

      ଫୁଲ ପରି ସାଥି ମିଳୁ ;

ସୁଖରେ ଦୁଃଖରେ     ସାଥିରେ ସେ ରହି

      ପ୍ରୀତିର ପରଶା ଢାଳୁ ।


ଗୋଲାପ ଦିବସ    ଆଜିର ଦିନରେ

      ଯୁବପିଢି ମାନେ ପାଳି ;

ପ୍ରେମକୁ ନିଜର    ଶାସ୍ବତ କରିବେ

     ସାଜି ଗୋଲାପର ମାଳି ।


 ଗୋଲାପ ଶିଖାଏ     ଜୀବନେ ଆମକୁ 

      ପ୍ରେମର କୋମଳତାକୁ

କଣ୍ଟା ଟିଏ ପରି     ଆଘାତ ସେ ଦିଏ 

      ପରିହାସ କଲେ ତାକୁ ।



Rate this content
Log in

Similar oriya poem from Romance