Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Romance

3  

Sanjya Tripathy

Romance

ପ୍ରେମିକା

ପ୍ରେମିକା

1 min
160



ତୁମ ଝରା ଶେଫାଳିରି ମହକରେ ମୁଁ ବିମୋହିତ

ତୁମ ମୃଣ୍ମୟୀ ମାନବୀ ମାୟାରେ ମୁଁ ହତଚକିତ

ତୁମ କଥାକୁହା ଆଖି ଓ ଲାଳୁଆହସର

। ଚୋରା ଇଶାରାରେ ମୁଁ ଚିତ୍ରିତ

ତୁମ ଚପଳା, ଚଳଚଂଚଳା ନୃତ୍ୟରେ

ବନ୍ୟମୟୁରୀର ମାଦକତା

ତୁମ ମିଟୋଳ, ଅପରୁପ ଅଂଗସୈଷ୍ଟବରେ

ନିରୁତା ମହୁଲିର ଆର୍ଦ୍ରତା ନଥିଲା ।

ତୁମ ବୀଣାଜଣା ମଦଭରା କଥା ଓ ଫରେ

ସମୁଦ୍ରର ନୀରବତା

ତୁମ ଅପୂର୍ବା, ଆଶ୍ଚର୍ଯ୍ୟ ଚକିତା ପଦକ୍ଷେପରେ

ବହୁବର୍ଷା ଇଜେଲର ସଂକେତିକତା

ତୁମେ ଆସ ଶୟନେ ସପନେ ଜାଗରଣେ

ସମସ୍ତ ଇନ୍ଦ୍ରିୟାନୁଭୂତିରେ

ଚେତନାର ସମସ୍ତ ସ୍ତରରେ ବଡ଼

ତୁମର ରଣୁଝୁଣୁ ନୂପୁର ଧୂନିରେ ଝକୃତ କରିଦେଇ

ସମସ୍ତ ପରିବେଶ- ସମଗ୍ର ପରିବେଷ୍ଟନୀ

ତୁମରି ଆଗମନୀ ସଂଗୀତରେ ଓଁକାର ଧ୍ବନି

ତୁମ ଚଲାପଥକୁ ସତୃଷ୍ଣ ନୟନରେ

ଚାହିଁ ରହିଥିବା ମୁଁ

ଚୌହୃଦୀ ଚାତକ

ତୁମ ଅପରୂପ ସୌନ୍ଦର୍ଯ୍ୟର ଜ୍ଜାଳାରେ ପ୍ରତ୍କଳିତ

ମୁଁ ଏକ ମଧୁଳବଧ ପଗ

ତୁମକୁ ମମର୍ତ୍ତି ମଶରୀର, ମନରେ ତeରେ

ଅନୁଭବ କରୁଥିବା ମୁଁ ଏକ ସୌନ୍ଦର୍ଯ୍ୟପିପାସୁ,

ଆବେଗଭରା ପ୍ରେମିକ

ତୁମ ଚକ୍ଷୁଯୁଗଳର ଆମନ୍ତ୍ରଣରେ ଧରାଶାୟୀ ମୁଁ

ଏକ ମୃତ ପବିତ୍ର ପୂଜକ

ତୁମେ ଆସ ନବସଂଜୀବନୀ କୌମୁଦୀ ସୌରଭିରେ

ରାଜରାସ୍ତାର ବିହ୍ବଳିତ ଧ୍ବନିରେ- ଶବଦରେ

ବ୍ୟସ୍ତ ବହୁଳ ଜୀବନଯାତ୍ରାର ପ୍ରତିଟି ପର୍ଯ୍ୟାୟରେ

ସଂପର୍କର ନବ ପ୍ରଭାତରେ

ସୃଜନଶୀଳତାର ଭବ୍ୟ ଅରୁଣିମାରେ

ଆମେରିକାନ୍ ଟ୍ରଷ୍ଟ ନାମରେ ବୀମ.

ଆମେରିକାର ଦାନ ସହିତ ଏକ

ସଂସ୍ଥା ପ୍ରତିବର୍ଷ ଦୁଇଟି ପୁରସ୍କାର

ହେଉଛି-

ପୃଥିବୀର ସମସ୍ତ ଦେଶର

ପାଇଁ, ଟିଏ କବର ଉରେ ସାହଳ ସାହିତି

ତୁମ ନୀରବ, ସଂଗୁପ୍ତ ଦୃଷ୍ଟିର ଲେଲିହାନ

ଶିଖାରେ ମୁଁ ପରାହତ

ତୁମ ବଂଧୁତ୍ଵପୂର୍ଣ ଆମନ୍ତ୍ରଣର

ସଂଦେଶରେ ମୁଁ ଅଭିଭୂତ

ତୁମ ଅକୁହା କଥା ଓ ଅଜଣା ଅବୋଲକରା

କାହାଣୀର ଗତିଶୀଳତାରେ ମୁଁ ଦ୍ରବୀଭୂତ

ତୁମେ ହସି ହସି ଆସ ନୀଳ ସପନେ

ଏଇ ମଧୁର ଅଧର ଲଗନେ

ସଂଧ୍ୟ ତାରା, ନିଶୀଥ ବାତାୟନେ

ବଣମଲ୍ଲୀର ଶୀତଳ ବାସନାରେ- ଚଚ୍ଚିତ ଚନ୍ଦ୍ରିକାରେ

ମୋ ଆମ୍ବାର ବାଲୁକାବଂତରେ-

ମୋ ଅବଚେତନ ଅସ୍ତିତ୍ବରେ

ଧାରା ଶ୍ରାବଣରେ ସାଧବବୋହୁର ନିଷ୍ପାପ ହସରେ

ଅପାପବିଦ୍ଧ ଶିଶୁର କ୍ରନ୍ଦନରେ ଲେପିତ ଚନ୍ଦନରେ

ବେଳାଭୂବମିର ଅସଂଖ୍ୟ ଅସ୍ପଷ୍ଟ ପଦଚିହ୍ନରେ ।



Rate this content
Log in

Similar oriya poem from Romance