ପ୍ରେମ
ପ୍ରେମ
ପ୍ରେମ ସିନା ଆସିଥାଏ
ଜୀବନରେ ଥରେ
ସଦା ପୂଜା ପାଉଥାଏ
ହୃଦୟ ମନ୍ଦିରେ,
ପ୍ରେମ କେବେ ମରେ ନାହିଁ
ସଦା ସେ ଅମର
ପ୍ରେମ ମାନେ ନୁହେଁ ଖାଲି
ଶଙ୍ଖା ଓ ସିନ୍ଦୁର ,
ପ୍ରେମ ତ କେବଳ ଦୁଇ
ମନର ମିଳନ
ଭାବର ମିଳନ ଆଉ ,
ଆତ୍ମାର ମିଳନ
ତ୍ୟାଗ ଯେ କରେ ସେ ପାଏ
ପ୍ରେମୀର ମାନ୍ୟତା
ପ୍ରାପ୍ତି ନୁହେଁ ତ୍ୟାଗ ଅଟେ
ପ୍ରେମର ସତ୍ୟତା ।।

