STORYMIRROR

JITENDRIYA SAHU

Romance

3  

JITENDRIYA SAHU

Romance

ପ୍ରେମ

ପ୍ରେମ

1 min
184


ଭଲ ପାଇବାଟା ଭୂଲ୍‌ ନୁହେଁ ବନ୍ଧୁ

 ଭୂଲି ଯିବା ତାକୁ ଭୂଲ୍‌ 

କାହାରି ଜୀବନ ଖେଲଘର ନୁହେଁ 

 କରନି ମନ ଚୁଲ୍‌ବୁଲ୍‌।।

ପ୍ରେମ ସମ୍ପର୍କଯେ ଗଢାଯାଏ ନାହଁ 

 ତାହା ସୃଷ୍ଟି ହୁଏ ଆପେ

ଜାଣି ଜାଣି ଯଦି ଗଢିବ ସମ୍ପର୍କ 

 ହୃଦୟଟା ଦିନେ ଫାଟେ।।

ନ ଜାଣି ନ ଚିହ୍ନି ରୂପକୁ ଦେଖିକି

 ଦିଅନି କାହାକୁ ମନ

ମନ ସାଥେ ଯଦି ମନ ମିଶିଯିବ

 ସେଠୁ ସୃଷ୍ଟି ହୁଏ ପ୍ରେମ।।

ବାଟବଣା ହୋଇ କରନାହିଁ ପ୍ରେମ 

 ସମୟ କରନି ନଷ୍ଟ 

ଧନ ଯୌବନ ସବୁ ଚାଲିଯିବ 

 ପାଉଥିବ ଖାଲି କଷ୍ଟ।।

ରୂପରଙ୍ଗ ଦେଖି ପାଅନାହଁ ଭଲ

 ତାହା ଅଟେ ସାତଦିନ 

ଆପେ ଆପେ ଯଦି ମନ ମିଶିଥାଏ

 ତାହା ରହେ ସାତଜନ୍ମ।।

ଯେକେହି ବି ଆଜି ପାଉଛନ୍ତି ଭଲ

 ନିଶ୍ଚେ ଯିବେ ଦିନେ ଛାଡି 

ଫୁଲରେ ଯେମିତି ମଧୁ ସରିଗଲେ

 ଭଅଁର ବି ଯାଏ ଉଡି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from JITENDRIYA SAHU

Similar oriya poem from Romance