STORYMIRROR

JITENDRIYA SAHU

Others

3  

JITENDRIYA SAHU

Others

ଗୁଣତ୍ରୟ

ଗୁଣତ୍ରୟ

1 min
358

ମାନବ ଶରୀରେ ସତ୍ତ୍ବ ରଜ ତମ

ତ୍ରୟ ଗୁଣ ବୋଳି ଜାଣ

ଗୋଟି ଗୋଟି କରି କରୁଛି ବର୍ଣ୍ଣନା

ମନ ଧ୍ଯାନ ଦେଇ ଶୁଣ।।

ସତ୍ତ୍ୱ ଗୁଣ ଅଟେ ସବୁଠୁ ଉତ୍ତମ

ସର୍ବଦା ଥାଏ ନିର୍ମଲ

ପ୍ରକାଶକ ସଙ୍ଗେ ବିକାର ରହିତ

ସବୁଠୁ ଉଚ୍ଚ ତା' ଫଳ।।

ବୈରାଗ୍ୟାଦି ଜ୍ଞାନ ଇଶ୍ବର ଚିନ୍ତନ

ମିଳିଥାଏ ସୁଖଶାନ୍ତି

ମରିଗଲା ପରେ ସତ୍ତ୍ୱଗୁଣି ଲୋକ

ସ୍ବର୍ଗରେ ସ୍ଥାନ ପାଆନ୍ତି।।

ରାଗରୂପି ରଜ ସଦା ଦୁଃଖପୁର୍ଣ୍ଣ

ମଧ୍ୟମରେ ତା'ର ସ୍ଥାନ

କାମନା ଆସକ୍ତି ଧିରେଧିରେ ବଢି

ଲୋଭକୁ କରେ ଉତ୍ପନ୍ନ।।

କର୍ମଫଳ ପ୍ରତି ଆଶା ହୃଦେ ରଖି

କରିଥାଏ ନାନା କର୍ମ

ଦେହାନ୍ତ ପରେ ସେ କର୍ମାସକ୍ତଭାବେ

ପୁଣି ନିଏ ନର ଜନ୍ମ।।

ପ୍ରମାଦ ଆଳସ୍ୟ ନିଦ୍ରା ଅଟେ ତମ

ଅଧମ ସଙ୍ଗେ ଅଜ୍ଞାନ

ପର ଜନମରେ ହୁଏ ପଶୁ କୀଟ

ନରକରେ ତା'ର ସ୍ଥାନ।।

ତିନିଗୁଣ ଠାରୁ ଅତ୍ଯନ୍ତ ଅତୀତ

ସର୍ବୋତ୍ତମ ସର୍ବେଶ୍ୱର

ତାଙ୍କରି ଚିନ୍ତନ ମନନ କରିକି

ଉଦ୍ଧାର ହୁଅଇ ନର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from JITENDRIYA SAHU