STORYMIRROR

AKSHAYA SAHOO

Romance

3  

AKSHAYA SAHOO

Romance

ପ୍ରେମ

ପ୍ରେମ

1 min
252

ଲେଖୁଛି ଆଜି ମୁଁ ପ୍ରେମର କବିତା


ରାତି ଉଜାଗର ହୋଇ


ହୃଦୟର ବାର୍ତ୍ତା ପ୍ରକାଶ କରୁଛି


କବିତାର ରୂପ ଦେଇ ...


କବିତା ନୁହେଁ ଏ ମୋ ମନ ଭାବନା


ହୃଦୟର ସବୁ ବ୍ୟଥା


କହି ତ ନ ପାରି ଲେଖନୀ ଧରିଛି


ଲେଖିବି ଅକୁହା କଥା ...


ଶୁଣ ମୋ ପ୍ରେମିକା ମୋ ମନ ନାୟିକା


ଯାହା କହୁଅଛି ଆଜି


ହୋଇପାରେ କେବେ କହି ନ ପାରିବି


ତୁମର ପ୍ରେମିକ ସାଜି ...


ପ୍ରଥମ ଦର୍ଶନେ କ୍ରୟ କଲ ହୃଦ


ହୃଦୟେ ଚପଳା ସାଜି


ଦର୍ଶନେ ତୁମ୍ଭର ବିକ୍ରି କରିବାକୁ


ହୃଦୟକୁ ହେଲି ରାଜି ...


ତୁମ ଚିନ୍ତନରେ ନିତ୍ୟ ବୁଡି ରହେ


ଭାବ ପାରବାର ମଧ୍ୟେ


ଭାବନା ତରଙ୍ଗ ଉଠୁଛି ପଡୁଛି


ମୋ ହୃଦୟ କୂଳ ମଧ୍ୟେ.


ଜାଣିଅଛି ମୁଁ ଯେ ମୋ ଭାଗ୍ୟ ତ ଅମା


ଅଭିଶପ୍ତ ରାତ୍ରି ପରି


ଚନ୍ଦ୍ରମା ତୁମେ ତ ପୁନେଇଁ ରାତ୍ରିର


ମୋହର ହେବ କିପରି ...


ଜାଣି ମଧ୍ୟ ମୁଁ ଯେ ଅଜଣା ରୁହଇ


ଆମାବାସ୍ୟେ ଚନ୍ଦ୍ର କଥା


ତଥାପି ମୁହିଁ ଯେ ନିତି ରାତି ଲେଖେ


ମୋହର ପ୍ରେମ କବିତା ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from AKSHAYA SAHOO

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Romance