Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rachayita Sahu

Romance Tragedy

3  

Rachayita Sahu

Romance Tragedy

ପ୍ରେମ କଳଙ୍କ

ପ୍ରେମ କଳଙ୍କ

1 min
166


ଭଲପାଏ ବୋଲି

ତୁମକୁ ମୁଁ ପ୍ରିୟତ୍ତମ

କଳଙ୍କଟେ ଯଦି ଲାଗେ

ମଥାରେ ମୋହର ;

ହସିହସି ମୁହିଁ

ବରିନେବି ସେ କଳାକୁ

ଭାବି ତୁମ ପ୍ରେମ ଚିହ୍ନ

କରିକି ନିଜର ।।

ଗୋପପୁରେ ଥିଲେ

ରାଧା ବି ତ ବଦନାମ

କୃଷ୍ଣନାମ କଳା ବୋଳି

ପ୍ରେମରେ ଅମର ।

ଜହ୍ନରେ କଳଙ୍କ

ବୋଲି ସେ ପରା ସୁନ୍ଦର

ତେବେ କିଆଁ ହେବି ମୁଁ ଯେ'

ଏନେଇ ଅଧିର ?

କଳାଚିହ୍ନ ଥିଲେ

ପରା ଲାଗେନି ନଜର

ଏ କଳାବି ହେବ ତେବେ

ରକ୍ଷାଟୀକା ମୋର ।

ପ୍ରେମ ପ୍ରତିଫଳ

ଯଦି କଳଙ୍କ ହିଁ ସାର

ଏ ଇନାମ ନାଇଁ ସଦା

ରହିବି ତୁମର ।।

ରଚୟିତା ସାହୁ

ଗୌରି ବିହାର

ଭୁବନେଶ୍ୱର

୭୦୦୮୦୬୫୫୬୧


Rate this content
Log in

Similar oriya poem from Romance