STORYMIRROR

Rachayita Sahu

Others

5.0  

Rachayita Sahu

Others

କାହିଁ ଭଲପାଅ ଏତେ??

କାହିଁ ଭଲପାଅ ଏତେ??

1 min
449


କାହିଁ ଭଲପାଅ ଏତେ??

-----------------------

କାହିଁକି ଏତେଯେ

ଭଲପାଅ ମୋତେ

ବୁଝିପାରେନି ମୁଁ କ୍ରିଷ୍ଣା

ଚାଲୁ ଚାଲୁ ପଥେ

ଝୁଣ୍ଟିଗଲେ ମୁହିଁ

ବିଛାଅ ଫୁଲ ବିଛଣା ।।

ଫୁଲ ସୁଗନ୍ଧରେ

ମଜ୍ଜିଯାଇ କିନ୍ତୁ

ଭୁଲିଗଲେ ମୁଁ ତୁମକୁ

କଣ୍ଟା ଫୁଟେଇକି

ବାଧ୍ୟ କର ପୁଣି

ତୁମ କଥା ଭାବିବାକୁ ।।

ନା'ରାଧା ନା'ମୀରା

ଥିଲି,ଅଛି ନା'ତ

ହୋଇପାରିବି ମୁଁ କେବେ

ଶତ ସହସ୍ର ଯେ

ଗୋପୀ ପ୍ରେମିକା ତ

ପ୍ରୀତିମଗ୍ନା ତୁମ ଭାବେ ।।

ତଥାପି କାହିଁକି

ଲୋଡ ତୁମେ ମୋତେ

କାରଣ ଖୋଜି ପାଉନି

ନହେଲେ ତୁମକୁ

ମୋ ପରି ପ୍ରେମିକା

ଏଯାଏଁ ବୋଧେ ମିଳିନି ।।

ରଚୟିତା ସାହୁ

ଗୌରି ବିହାର

ଭୁବନେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍