STORYMIRROR

KIRTTAN BIHARI MAHANTA

Romance

3  

KIRTTAN BIHARI MAHANTA

Romance

ପ୍ରେମ ଏକ ଅନୁଭବ

ପ୍ରେମ ଏକ ଅନୁଭବ

1 min
191


  ଭଲ ମୁଁ ପାଉଛି ମନ ବି ଦେଇଛି

    ତୁମକୁ ଭାବି ନିଜର

ଯେତେ ଝଡ଼ ଝଞ୍ଜା ଆସୁ ଏ ଜୀବନେ

   କରିବନି ମୋତେ ପର

  ସାକ୍ଷୀ ଏ ଶିବ ମନ୍ଦିର

ଆର ଜନମରେ କଥା ଥିଲା ବୋଲି

 ଏ ଜନମେ ହେଲା ଦେଖା

ଆଖିରେ ଆଖିରେ କଥା ଦିଆ ନିଆ

  କାହାଣୀ ହୋଇଲା ଲେଖା

ଏମିତି କେମିତି ହେଲା

କିଛି ବି ବୁଝିନହେଲା

  ସାଜିଛି ପ୍ରେମିକ ତୁମର

ଭଲ ମୁଁ........

ସାତ ଜନମକୁ ଆମରି କାହାଣୀ

 କେବେ ବି ଶେଷ ନ ହେବ

କେବେ ଯଦି ଶେଷ ହୁଏ ଏ କାହାଣୀ

 ପିଣ୍ଡରେ ପ୍ରାଣ ନ ଥିବ

କଥାଦେଲି ମୁଁ ତୁମକୁ

ରହିବି ଜନ୍ମ ଜନ୍ମ କୁ

 ଆମରି ପ୍ରେମ ଅମର

ଭଲ ମୁଁ ପାଉଛି........



এই বিষয়বস্তু রেট
প্রবেশ করুন

Similar oriya poem from Romance