ପିତୃଶ୍ରଦ୍ଧା ଭକ୍ତି
ପିତୃଶ୍ରଦ୍ଧା ଭକ୍ତି
ସର୍ବ ଭରତୀୟ ଧର୍ମ ଗ୍ରନ୍ଥ ସାରେ
ଅଛି ତିନି ପିତୃଋଣ
ତା ମଧ୍ୟରେ ସାର ଏକ ପିତୃଋଣ
ପାଳନ୍ତି ମାନବ ଗଣ ।
ଆଶ୍ବିନ ମାସର କୃଷ୍ଣପଷ ଠାରୁ
ଅମାବାସ୍ୟା ପନ୍ଦର ଦିନ
ମାନବେ ପାଳନ୍ତି ଶ୍ରଦ୍ଧା ଭକ୍ତି ସହ
ପିତୃପକ୍ଷ ର ପାଳନ ।
ଏ ସମୟେ ସୂର୍ଯ୍ୟ କନ୍ଯା ରାଶିରେ
ପ୍ରବେଶ କରି ଥାଆନ୍ତି
ବିଧିର ବିଧାନେ ଏ ପନ୍ଦର ଦିନ
ସମସ୍ତେ ପଳି ଥାଆନ୍ତି ।
ମୃତ୍ଯୁପରେ ଯେବେ ଶରୀରକୁ ତ୍ଯାଗେ
ପ୍ରେତ ଯୋନିରେ ପ୍ରବେଶ
ବାର ଦିନ ଯାଏ ବିଧିବଦ୍ଧ ଭାବେ
ପିତୃ ଲୋକରେ ପ୍ରବେଶ ।
ବ୍ରହ୍ମାପୁରାଣ ରେ ଲେଖା ହୋଇଅଛି
ଏହାର ପୁରା ନିୟମ
ଆଶ୍ବିନ ମାସର କୃଷ୍ଣ ପକ୍ଷରେ ତ
ଯମଙ୍କ ମୁକ୍ତି ନିୟମ ।
ସର୍ବ ପିତର କୁ ମୁକ୍ତ କରିଥାନ୍ତି
ଯିବେ ସେ ନିଜର ଲୋକ
ସନ୍ତାନଙ୍କ ଠାରୁ ଆଶା ଅଭିଲାଷେ
ଆସିଥାନ୍ତି ନିଜ ଲୋକ ।
ଏପରି ମୁକ୍ତରେ ଯମରାଜା ଠାରୁ
ଆସିଥାନ୍ତେ ଆଶାକରି
ପିଣ୍ତ ପ୍ରଦାନରେ ତୃପ୍ତ ହୋଇ ପୁଣି
ଫେରିଯାନ୍ତି ଯମ ପୁରୀ ।
ନିଜ ଲୋକଠାରୁ ନପାଇ ଫେରିଲେ
ହୁଅନ୍ତି ଅତି ନିରାଶ
ପୁରା ବର୍ଷ ଯାକ ଉପବାସେ ରହି
ମନରେ ଥାଏ ଅସନ୍ତୋଷ ।
ଶ୍ରଦ୍ଧା ସମୟରେ ପୂଜା ବିଧିଧ୍ୟାନେ
ଏକାଗ୍ରତା ର ଜରୁରୀ
ଏ ଦିନ ଗୁଡାକେ ଅଖାଦ୍ଯ ନଖାଇ
ପିତୃ ଶାନ୍ତି ତ ଜରୁରୀ ।
ଏ ସମୟେ ଯଦି ବର୍ଜିତ ଖାଦ୍ଯକୁ
ନ କରିବ ଯେ ସେବନ
ପିତୃ ପୁରୁଷ ତ ହୋଇଯିବେ ଦୁଃଖି
ନ କରିବେ ଯେ ଭକ୍ଷଣ ।
ଗୃହଶାନ୍ତି ପାଇଁ କର୍ତ୍ତବ୍ଯ କରିବା
ସର୍ବେ ହେବା ଆମେ ଖୁସି
ତାଙ୍କରି ଆତ୍ମାଟା ଶାନ୍ତି ପାଇଗଲେ
ଆମେବି ହୋଇବା ଖୁସି ।
ପିତୃ ପୁରୁଷଙ୍କୁ ଖୁସି କରିଥିଲେ
ଦେବାଦେବୀ ମଧ୍ଯ ଶାନ୍ତି
ଶାସ୍ତ୍ର ଅନୁସାରେ କର୍ତ୍ତବ୍ଯ କରିଲେ
ସଭିଙ୍କୁ ମିଳିବ ଶାନ୍ତି ।
ମୁଁ ଛାର ବାଳକ କିବର୍ଣ୍ଣି ପାରିବି
ଆଉବା ପିତୃଙ୍କ ଭକ୍ତି
ମୋ ଠାରେ ଏତିକି ସୁଦୟା ରଖିବେ
ଥାଉ ମୋ ଠାରେ ଏ ଭକ୍ତି ।