ଫୁତ୍କାର
ଫୁତ୍କାର
ହେ ସମାଜର ରବଣମାନେ
ମୁଁ ପୁନର୍ଜନ୍ମ ନେଇଛି ମହିଷମର୍ଦ୍ଦିନି
କରିବାକୁ କାନଧରି ଉଠବସ
ତୁମପରି ଦୁର୍ଦ୍ଦାନ୍ତ ର।କ୍ଷସ
କାହିଁକି ହେଉଛ କାପୁରୁଷ
ଖାଇ କୁନି କୁନି କଅଁଳ ମାଉଁସ
ମୁଁ ନେବି ସବୁ ଅବତାର
କରିବାକୁ ତୁମ ଅହଂ ଛାରଖାର
ଖାଇବି ,ଡେଇଁବି ନାଚିବି
ସୃଷ୍ଟି ରଙ୍ଗମଞ୍ଚରେ
ଆଖିର ପଲକେ
ଦେଖାଇ ବିଦ୍ୟତ ଝଲକେ
କରି ତୁମ ସଭିଙ୍କୁ ଅଣନିଃଶ୍ୱାସୀ
ମେଦିନୀ କମ୍ପିବ ଦେଖିବ ପ୍ରତ୍ୟକ୍ଷଦର୍ଶୀ
ଝୁଣି ଝୁଣି ଗୋଡ଼ାଇବି ହାତେ ହାଣି
ମଣିଷପଣିଆ ତୁମ ଘୋଷ।ଡି ଉଠ।ଇବି
ଜନ୍ମଦେବି କୋଣେ କୋଣେ ରାମ
ଜନ୍ମ ଦେବୀ ରାମ କୋଣେ କୋଣେ
କରୁଛି ମୁ ଫୁତ୍କାର ପୋଛି ନ।କ ରୁ ସିଂହାଣୀ
ଆଉ କାନ୍ଦିବେନି ସୃଷ୍ଟିରେ କେହି ରମଣୀ
ଆଉ କାନ୍ଦିବେନି ସୃଷ୍ଟିରେ କେହି ରମଣୀ
ଖୁଣ୍ଟି ଖାଣ୍ଟି ଦେବି ବାଣ୍ଟି
ଚିପି ତୁମ ସବୁ ତଣ୍ଟି
କେତେ ଆଉ ଶୁଣାଇବ
ସ୍ୱାଧୀନ ଦେଶର ସ୍ଲୋଗାନ
ନୀତି ଶୋଇ କୁମ୍ଭକର୍ଣ୍ଣ
କର ସ୍ୱାଗତ ବଜାଇ ଏଥର ପରିବର୍ତ୍ତନ ପଞ୍ଚଜନ୍ୟ
