STORYMIRROR

nimain charan swain

Children

4  

nimain charan swain

Children

ଫୁଲ ଟିଏ ଆମେ

ଫୁଲ ଟିଏ ଆମେ

1 min
313

  ଗଛ ଟିଏ ଆମେ ସାରା ପୃଥିବୀର, 

          ଗପ ଟିଏ ଆମେ ଜ୍ଞାନ ଭଣ୍ଡାରର॥

       

  ବାସ୍ନା ଟିଏ ଆମେ ଛୋଟିଆ ଫୁଲର,

           ଆଶ୍ରା ଟିଏ ଦୁଃଖି ଦରିଦ୍ରର॥


   ଭାବନା ଆମର ଉଚ୍ଚ ଧରଣର,

           ଲକ୍ଷ୍ୟଟି ଆମର ସର୍ବ ଉଚ୍ଚତର॥


   ରାସ୍ତା ଟିଏ ଆମେ ମାର୍ଗ ପ୍ରଦର୍ଶର,

           ମାଛ ଟିଏ ଆମେ ମଧୁର ଜଳର॥


   ଡଙ୍ଗା ଟିଏ ଆମେ ବଡ ସମୁଦ୍ରର,

           କାନ୍ଧ ଟିଏ ଆମେ ବୃଦ୍ଧ ବ୍ଯକ୍ତିଙ୍କର॥


   ବନ୍ଧ ଟିଏ ଆମେଜଳ ପ୍ରପାତର,

          ହସ ଟିଏ ଆମେ ପୃଥିବୀ ମାଆର॥


   ଦୀପ ଟିଏ ଆମେ ଅନ୍ଧାର ଘରର,

           ଆଖି ଟିଏ ଆମେ ଅନ୍ଧ ବ୍ଯକ୍ତିଙ୍କର॥


   ସନ୍ତାନ ଆମେ ଧରାପୃଷ୍ଠ,

           ଫୁଲ ଟିଏ ଆମେ ସାରା ପୃଥିବୀର॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from nimain charan swain

Similar oriya poem from Children