STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ଫଗୁଣ ଯେବେ ଆସେ

ଫଗୁଣ ଯେବେ ଆସେ

1 min
220

ମହୁଲ ଫୁଲ ବାସେ

 ପଳାସ ଫୁଲ ହସେ

 ସଜେଇ ହୁଏ  ଶିମିଳି ଫୁଲ 

 ଫଗୁଣ ଯେବେ ଆସେ


ମଧୁମାଳତି ମହକ ବୋଳେ

 ମହକେ ପୁଣି ମଲ୍ଲି                    

  ଚମ୍ପା ଫୁଲର ବାସ ଚହଟେ

 ହସତା ଖିଲିଖିଲି

କିଆ କେତକି ମହକ ମାଖି

 ଗାଁ ଗୋହିରୀ ବାସେ।

 ଫଗୁଣ ପରା ଆସେ...


 ହଳଦୀ ମଖା ଅଳସୀ କ୍ଷେତେ

  ମଳୟ ଖେଳେ ଦୋଳି 

 ଚପଳ ଛନ୍ଦା ରଜନୀ ଗନ୍ଧା

  ବାସନା ଯାଏ ବୋଳି  

ଦୂର ପାହାଡ  ଛାତିରେ ଚାହାଁ

   ଫୁଲର ହାଟ ବସେ l

   ଫଗୁଣ ପରା ଆସେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children