STORYMIRROR

Chittaranjan Lenka

Comedy Inspirational

2  

Chittaranjan Lenka

Comedy Inspirational

ଫେସବୁକ୍ କମାଲ୍

ଫେସବୁକ୍ କମାଲ୍

1 min
13.3K


ଯାଇଥିଲି ଏକ           ନର୍ସିଂହୋମକୁ

ଦେଖିବାକୁ ଏକ ସମ୍ପର୍କୀୟଙ୍କୁ

ତାଙ୍କୁ ତ ଦେଖିଲି     ଆଉ ଯା ଦେଖିଲି

କହିବାକୁ ବାଧ୍ୟ ହେଲି ସଭିଙ୍କୁ


ପାଖ ବିଛଣାରେ       ଭଦ୍ର ମହିଳାଟେ

ଶୋଇଥିଲେ ଅପରେସନ୍ ହୋଇ

ବାମ ହାତେ ଲାଗି    ଥିଲା ସାଲାଇନ୍

ମଝି ମଝିରେ ଓହୋ ଆହା କହି


ନିରିଖେଇ ଯେବେ    ଚାହିଁଲି ସେ ଆଡେ

ଦେଖିଲି ମୁଁ ବଡ ଅଦ୍ଭୁତ ଦୃଶ୍ୟ

ଡାହାଣ ହାତରେ      ଫେସବୁକ ଚାଟିଂ

ଯନ୍ତ୍ରଣାରେ ମଧ୍ୟ ଫୁଟୁଛି ହସ


କିଛି କହିଲିନି         ଭାବିଲି କେବଳ

ଧନ୍ୟ ଫେସବୁକ୍ ତୋର କମାଲ୍

ପେଟ କଟା ହୋଇ   ସାଲାଇନ୍ ଚାଲି

ତଥାପି ଆଣୁଛୁ ହସ ବୋବାଲ୍


କାହିଁକି ନ ଥିଲୁ       ମୋ ଜନମ କାଳୁ

ଥିଲେ ଜମା କାନ୍ଦି ନଥାନ୍ତି ମୁହିଁ

ଯଦି କାନ୍ଦୁଥାନ୍ତି        ତୁ ମୋ ଆଖି ଲୁହ

ପୋଛି ଦେଇଥାନ୍ତୁ ହରଷ ହୋଇ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy