STORYMIRROR

Abhimanyukar Kar

Children

4.4  

Abhimanyukar Kar

Children

P. M.Shri gopabandhu High School Begunia

P. M.Shri gopabandhu High School Begunia

1 min
15

[NCC CADET]

ଗୋପବନ୍ଧୁଙ୍କ ନାମେ ନାମିତ ଆମରି ଏହି ଶାଳା, 

ଦେଶ ସେବା ପାଇଁ ପିନ୍ଧିଛୁ ଆମେ ଏହି ସାଞ୍ଜୁ ମାଳା ।

ଏନ୍.ସି.ସି. ଆମ ସଂକଳ୍ପ ପଥ ଶୃଙ୍ଖଳା ଆମ ମୂଳ,

ମାତୃଭୂମି ପାଇଁ ଉତ୍ସର୍ଗ କରିବୁ ଜୀବନର ପ୍ରତି ପଳ ।

ଖାକି ପୋଷାକରେ ସଜ୍ଜିତ ଆମେ ବୀର ଯୁବ ବାହିନୀ,

ଏକତା ଓ ଅନୁଶାସନ ଆମର ଶ୍ରେଷ୍ଠ ଶିରୋମଣି ।

ପ୍ୟାରେଡ୍ ମୈଦାନେ ପାଦ ପକାଉ ବଜ୍ର ଶପଥ ନେଇ,

ଡରିବୁ ନାହିଁ କେବେ ଆମେ କାହାକୁ ପଛକୁ ନ ଚାହିଁ ।

ସେବା ଓ ସାହସ ସବୁବେଳେ ଆମ ହୃଦୟେ ରହିଛି ଭରି,

ବିପଦ ଆସିଲେ ଛିଡ଼ା ହେବୁ ଆମେ ପ୍ରାଚୀର ସଦୃଶ୍ୟ ହୋଇ ।

ଗୋପବନ୍ଧୁଙ୍କର ତ୍ୟାଗ ଓ ଆଦର୍ଶ ଆମରି ପଥ ପ୍ରଦର୍ଶକ,

ଆମେ ହେବୁ ଏହି ପୁଣ୍ୟ ଭୂମିର ସଚ୍ଚା ସୁରକ୍ଷକ ।

ସମାଜ ସେବାକୁ ବ୍ରତ କରିଛୁ ମଣିଷ ପଣିଆ ପାଇଁ,

ନିଶା ଓ ଅନ୍ଧବିଶ୍ୱାସ ଦୂରେଇବୁ ସମସ୍ତଙ୍କୁ ଜଣାଇ ।

ଗର୍ବ ଆମର ଏହି ବିଦ୍ୟାଳୟ ଗର୍ବ ଏନ୍.ସି.ସି. ଆମର,

ଦେଶ ପାଇଁ ପ୍ରାଣ ଦେବାକୁ ଆମେ ସଦା ପ୍ରସ୍ତୁତ ବୀର ।

ଭାରତ ମାତାର ଜୟଗାନ କରି ଆଗକୁ ଯିବୁ ମାଡ଼ି,

ଏକତାର ଡୋରିରେ ବାନ୍ଧି ରଖିବୁ ସବୁ ଭେଦଭାବ ଛାଡ଼ି ।

ପି.ଏମ. ଶ୍ରୀ ଗୋପବନ୍ଧୁ ସ୍କୁଲର ଆମେ ଗୁରୁକୁଳର ସନ୍ତାନ,

ଜଗତ ଜିତିବୁ ସାହସ ବଳେ ରଖିବୁ ଦେଶର ମାନ ।


Rate this content
Log in

More oriya poem from Abhimanyukar Kar

Similar oriya poem from Children