STORYMIRROR

bijaya sahoo

Inspirational Others

3  

bijaya sahoo

Inspirational Others

ନିସ୍ଵାର୍ଥୀ ଆତ୍ମା

ନିସ୍ଵାର୍ଥୀ ଆତ୍ମା

1 min
239


ହସ ତ ମହଙ୍ଗା ଏଠି, ସ୍ୱାର୍ଥର ବଜାରେ 

ଶାନ୍ତି, ତୃପ୍ତି, ସ୍ୱାଭିମାନୁ.. କିଏ ବା ପଚାରେ


ପ୍ରେମ, ପ୍ରିତୀ, ଶାନ୍ତି, ତ୍ୟାଗ ଏଠି, ସବୁତ ଦୁର୍ଲଭ

ନିସ୍ଵାର୍ଥ ଜନ ଯେ ୟାକୁ, କେମିତି ଲଭିବ


ସ୍ନେହ, ଶ୍ରଦ୍ଧା, ଅତ୍ମୀୟତା, ଗଲାଣି ଉଭେଇ

ସ୍ବେଛାଚାରି କପଟତା ଜାବୁଡି ଧରଇ


ଭଲ ପାଇବାର ଲତା ଏଠି, ଗଲାଣି ମଉଳି

ସ୍ୱାର୍ଥପର ଡାହୁକଟା ଭ୍ରମେ ଦୁଇଓଳି


ପ୍ରେମର ଭାସ୍କର ଆଉ, ପୁର୍ବୁ ଉଉଁ ନାହିଁ

ପ୍ରତାରଣା ମେଘନାଦ, ସୁଦୂରୁ ଶୁଭଇ


ଲୁହର ତଟିନୀ ଏଠି, ଲହୁର ସାଗର

ନିସ୍ଵାର୍ଥ ପ୍ରେମର ଭାଷା, ନବୁଝଇ ନର


ନିସ୍ଵାର୍ଥୀ ସର୍ବଦା ଏଠି, ଦିଏ ଆତ୍ମାହୁତି 

ସ୍ୱାର୍ଥମେଧ ଯଜ୍ଞ ପାଇଁ କରେ ସେ ମିନତୀ


ନିଷ୍କପଟ ଆତ୍ମା ଏଠି, ନହୁଏ କାହାର

ସ୍ୱସ୍ୱାର୍ଥ ସାଧନେ ଜନେ, କରନ୍ତି ନିଜର.


ଅବିଳମ୍ବେ ଭୁଲିଯାନ୍ତି ସେ ତ୍ୟାଗୀ ଆତ୍ମାକୁ

ସ୍ୱାଭିମାନୀ ସେ ଗୁହାରି, କରିବ କାହାକୁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational