ନିର୍ବାଣ
ନିର୍ବାଣ
ମାଟିରେ ପାଦ ରଖି,
ଆକାଶକୁ ଛୁଇଁବାର ଆସ୍ଫର୍ଦ୍ଧା
ଦୁର୍ବାର ଲାଳସା ;
ତେଣୁ ତ ଏଠି
ଏତେ ସବୁ ଅଙ୍କକଷା ।
ବାରମ୍ବାର ଭାଜି ଯାଏ
ଚକ୍ରବ୍ୟୁହ ର
ସାଜସଜ୍ଜା
ପୁଣି ଆୟୋଜନ ଚାଲେ
ନବ ନିର୍ମାଣ ର ।
ଭୀଷ୍ମ ପ୍ରତିଜ୍ଞା ନେଇ
କୁରୁକ୍ଷେତ୍ରରେ ହୁଏ
ଅବତୀର୍ଣ୍ଣ;
ଜୀର୍ଣ୍ଣ ଶୀର୍ଣ୍ଣ
ଅହଂ କାର ଟିକକ
ନହେବା ଯାଏଁ
ଵିଦୀର୍ଣ୍ଣ,
ମାରିଚାଲିଥାଏ
ଶର ପରେ ଶର,
ଶର ପରେ ଶର,
ଆଉ ଶର ପରେ ଶର ।
ଶୋକର ହିମାଦ୍ରୀ ଉପରୁ
ଲମ୍ଫମାରେ ଅନୁତାପ ର
ସାଗର ମଧ୍ୟ୍ୟକୁ;
ଖାତିର କରେ ନାହିଁ
ନିର୍ବାକ ଈଶ୍ବର,ନିର୍ବୋଧ ସମୟ
ଅଥବା ନିଷ୍ପ୍ରଭ ଭାଗ୍ୟଟିକୁ ।
ନିର୍ଲିପ୍ତ ତପସ୍ୱୀ ଟେ ପରି
ଥାଏ ନିରୁଦଵିଘ୍ନ
ନିଶଦ୍ଦରେ ଆପଣେଇନେଉଥାଏ
ନିର୍ବାଣର ପଥ
ଅନ୍ତହୀନ
ଅନ୍ବେଷା ଦିଗରେ ।
ସୂର୍ୟ୍ୟସ୍ନାତା ଦାସ