STORYMIRROR

Priyambada Mohanty

Classics

3  

Priyambada Mohanty

Classics

ନଦୀ ପାଇଁ ଗୀତ ଟିଏ

ନଦୀ ପାଇଁ ଗୀତ ଟିଏ

1 min
252

ରୂପ ନିଏ ତଟିନୀ ଝରଣା ଦେହରୁ 

ଯେବେ ଜଳଧାର ତାର ଖସି ପଡେ 

ପାହାଡ଼ର ମଥାନରୁ 

ନଦୀ ସେତ ନାରୀଟିଏ 

ରୁମଝୁମ ଘୁଙ୍ଗୁର ଶବ୍ଦେ 

ଉଛୁଳାଇ ବନାନୀ 

କେତେ ଶିଳା ପଥର ଡେଇଁ 

ବଣ ଜଙ୍ଗଲେ ଥାଏ ଧାଇଁ 

ଅଙ୍କେଇ ବଙ୍କେଇ ଚାଲେ 

ସମତଳ ଛୁଇଁ l

ଦିଗନ୍ତ ରୁ ଦିଗନ୍ତ 

ନୀଳ ନଭନିମା ଛୁଇଁ 

ବାଧା ବିଘ୍ନ କୁ ଭୃକ୍ଷେପ ନ କରି 

ଆଗେଇ ଚାଲରେ ସେ 

ଧର୍ମ ସଂସ୍କୃତି ସଭ୍ୟତାର 

ଗୀତ ଗାଇ ଗାଇ 

କହି ଚାଲେ ସେ 

ଶସ୍ୟ ଶ୍ୟାମଳା ସମୃଦ୍ଧ ଭରା 

କେତେ ଯୁଗର କେତେ କାହାଣୀ 

ହସି ହସାଏ ଦୁଇ କୂଳର ଭୂଇଁ l 

ପବିତ୍ର ପୁଣ୍ୟତୋୟା ସେ 

ଶତ ସହସ୍ର ନାମ ବହି 

କେଉଁଠି ବ୍ରହ୍ମପୁତ୍ର କେଉଁଠି ଜାହ୍ନବୀ 

ଆମାଜନ କେଉଁଠି ନାଇଲ ବା କାହିଁ 

ସସାଗରା ଧରା ର ଅଟେ ସେ ଧମନୀ 

ସ୍ପନ୍ଦନେ ତାର ଜୀବଜଗତ 

ରହିଛନ୍ତି ଜିଇଁ 

ସାରା ସଂସାରର ଜୀବନ ରକ୍ଷକ ସିଏ 

ମଥାନତ ସେହି ପବିତ୍ର ଜଳଧାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics