ନାରୀ
ନାରୀ
ପ୍ରୀତିପଦ୍ମର ସେ ଯେ ପାଖୁଡା
ପୁଣି ସେ ବାତ୍ସଲ୍ୟମୟୀ ।
କେବେ ସେ କବିର କଳ୍ପନା
ଆଲୋକ ଯେ ଅନ୍ଧ ପାଇଁ ।।
ପ୍ରୀତି ପାଇଁ ପ୍ରୀତି ପୋଖରୀରେ
କେବେ ପୁଣି ବୁଡି ମରଇ ।
ବାଲ୍ୟଖେଳା ଶେଷ ନହେଉଣୁ
ଶିରେ ମୁକୁଟ ବସଇ ।।
ନାରୀ ନୁହେଁ ବୋଝ କାହା ପାଇଁ
ବୋଝକୁ ସେ ବାହିଲାଣି
ବିଶ୍ଵଦରବାରରେ ଦେଶ ନାଁ କୁ
କେତେଥର ଗାଇଲଣି ।।
ନାରୀ ଚନ୍ଦ୍ରମାର ଚାନ୍ଦ ହେବାଠୁ
ଯାତନା ଭଟା ଦେଲାଣୀ ।
ନାରୀ ନୁହେଁ ନର୍କ ନାରାୟଣୀ
ସମାଜ ଜାଣି ଗଲାଣି ।।
ଆମ ଜନ୍ମ ଭୂମି ଶେଷ୍ଠ ଏଥି ପାଇଁ ।
ନାରୀକୁ ସମ୍ମାନ ମିଳୁ ଥାଏ ଯହିଁ ।।
ଲହୁ ପ୍ରୀତି ପାଇଁ ଜନନୀ ଓ ଜାୟା ।
ବିଶ୍ୱ ରକ୍ଷା ପାଇଁ ସେ ଯୋଗ ମାୟା ।
ଆଚାର୍ଯ୍ୟ- କାର୍ତ୍ତିକ ସେଠୀ
ଅଙ୍ଗାରଗଡ଼ିଆ,ବାଲେଶ୍ୱର
