ନାରୀ ସର୍ବଂ ସହା
ନାରୀ ସର୍ବଂ ସହା
ତୁମେ ନାରୀ ପୁଣି ତୁମେ ନାରାୟଣୀ ତୁମେ ପୁଣି ସର୍ବଂ ସହା
ତୁମେ ମାଆ ପୁଣି ଭଗିନୀ ରୂପେ ହେଉ ଅଛ ସାହା ।
ତୁମେ ଧରିତ୍ରୀ ହୋଇ ସବୁ କଷଣ କୁ ହସି ହସି ସହି ଯାଉ ଅଛ
ତୁମେ ନାରୀ ଟିଏ ହୋଇ ସଂସାର କୁ ପାଳନ କରୁଛ ।
ତୁମେ ଜନ୍ମ ଦାତ୍ରି ହୋଇ ଗର୍ଭର କଷ୍ଟ କେତେ ଯେ ସହିଛ
ତୁମେ ସ୍ତ୍ରୀ ରୂପେ ନିଜ କର୍ତ୍ତବ୍ୟ କୁ ସଦା କରୁ ଅଛ ।
ତୁମେ ତ୍ୟାଗ ର ପ୍ରତି ମୂର୍ତ୍ତି ହୋଇ ତୁମ ସେବା କୁ ଦେଉଛ
ତୁମେ ଦୁହିତା ହୋଇ ଦୁଇ କୁଳର ମାନକୁ ରଖିଛ ।
ତୁମେ ସୀତା ହୋଇ ବନ ଗମନ କରିଲ
ତୁମେ ସତିତ୍ଵର ପରୀକ୍ଷା ଦେବାକୁ ଯାଇ ଅଗ୍ନି ପରୀକ୍ଷାବି ଦେଲ
ତୁମେ ପାଞ୍ଚାଳି ହୋଇ କୃଷ୍ଣଙ୍କୁ ସଦା ଡାକିଛ
ତୁମେ କୁରୁ ସଭା ରେ ନିଜ ସୁରକ୍ଷା ପାଇଁ ପ୍ରାଥନା କରିଛ ।
ତୁମେ କୁନ୍ତୀ ରୂପେ ଜୀବନ ସାରା ଦୁଃଖ କୁ ସହିଲ
ତୁମେ ସାବିତ୍ରୀ ହୋଇ ପତି ପ୍ରାଣ ରକ୍ଷା କରିଲ ।
ତୁମେ ଆଜି ବି ସବୁ ଦୁଃଖ କୁ ସହି ଯାଉ ଅଛ
ତୁମ ସ୍ନେହ ଭରା ପଣତ ରେ ନିଜ ପିଲା ଙ୍କୁ ରଖିଛ ।
ତୁମେ ନିଜେ କାନ୍ଦି ନିଜ ଲୁହ କୁ ଲୁଚାଇଛ
ତୁମେ ନିଜେ ନ ଖାଇ ସଭିଙ୍କ ପାଇଁ ଖାଦ୍ୟ ରଖିଛ ।
ନିଜ ପିତା ଘର ଛାଡି ତୁମେ ଶାଶୁ ଘର କୁ ନେଲ ଆପଣାଇ
ସବୁ ଦୁଃଖ କଷ୍ଟ କୁ ସହିଛ ଏତେ ତୁମର ତୁଳନା ନାହିଁ ।