STORYMIRROR

Binay Kumar Singh

Inspirational

3  

Binay Kumar Singh

Inspirational

ନାରୀ-ଅନନ୍ୟ ରୂପ

ନାରୀ-ଅନନ୍ୟ ରୂପ

1 min
661


ସ୍ରଷ୍ଟାଙ୍କର ଏକ ସୁନ୍ଦର ସର୍ଜନା ନାରୀ,

ଢାଳିଦିଏ ସ୍ନେହବୋଳା ଅମୃତର ବାରି।

କେବେ ଜାୟା ହୋଇ ଦୁଃଖ ବାଣ୍ଟି ନିଏ ସିଏ,

ସହଧର୍ମୀ ହୋଇ ପତି ସେବାରେ ମନ ଦିଏ।

ଭଗିନୀ ରୂପେ ସେ ପଥ ପ୍ରଦର୍ଶକ ହୁଏ,

ଅବାଟକୁ ଗଲେ ଦିଗଦର୍ଶନ ସେ ଦିଏ।

ପୁଣି ଜନନୀ ରୂପେ କୋଳେ ଧରି ସେ ନିଏ,

ତା ବୁକୁରୁ ଅମୃତ ଦେଇ ଜୀବ ଦାନ ଦିଏ।

ଦାଣ୍ଡ ଧୂଳି ପୋଛି ଦିଏ ପଣତ କାନିରେ,

ଅବ୍ୟର୍ଥ ଔଷଧ ଥାଏ ତା ଆଲିଙ୍ଗନରେ।

ଜନମ ନ ଦେଇ ବି ସେ ମଦର ଟେରେସା,

ଓଡ଼ିଶାର ଗର୍ବ ଦୌଡ଼ ରାଣୀ ପି.ଟି.ଉଷା।

ରାଣୀ ଲକ୍ଷ୍ମୀବାଇ ଅବା କୁନ୍ତଳା କୁମାରୀ,

ଚିରଦିନ ପାଇଁ ହୃଦେ ରହିବେ ସବୁରି।

ମହିୟସୀ ମହିଳାଙ୍କ ମହାନ ସେ ଆତ୍ମା,

ସ୍ଵର୍ଣକ୍ଷରେ ଇତିହାସେ ଲେଖା ଯାର ଗାଥା।

ସେଇ ନାରୀ ପୁଣି କେବେ ସାଜେ ନାରାୟଣୀ,

ବିନାଶେ ଦାନବ,ଧର୍ମ ସଂସ୍ଥାପେ ଧରଣୀ।

ରୋଷ କଲେ ଦେଖାଏ ତା ଭୟଙ୍କର ରୂପ,

ତୋଷ ଥିଲେ ଗଢ଼ିଥାଏ ସମ୍ପର୍କର ସ୍ତୁପ।

ସ୍ନେହ,ପ୍ରେମ,ଶ୍ରଦ୍ଧାର ସେ ନଦୀ ଚିରସ୍ରୋତା,

ଶୁଖେ ନାହିଁ କେବେ ହେଲେ ମନରୁ ମମତା।

ଅବଳା, ଦୁର୍ବଳା ନୁହେଁ, ନୁହେଁ ସେ କଣ୍ଢେଇ,

ନାରୀ ହେଲେ ଶିକ୍ଷିତ ଦେଶ ଯିବ ଆଗେଇ।

ସ୍ଥାନ, କାଳ, ପାତ୍ରେ ତାର ବଦଳେ ଦାୟିତ୍ୱ,

ଧନ୍ୟ ସେ ନାରୀ ଆଉ ମହାନ ତା ମାତୃତ୍ୱ।


Rate this content
Log in

Similar oriya poem from Inspirational