STORYMIRROR

Manish Parija

Romance

4  

Manish Parija

Romance

ନାଲି ଗୋଲାପ

ନାଲି ଗୋଲାପ

1 min
56

ଗୋଲାପ ଗୋଲାପ ନାଲି ଗୋଲାପ

ପ୍ରେମିକ ପ୍ରେମିକାଙ୍କ ପ୍ରେମର ମାପ ,

ପ୍ରେମିକର ଛାତି ପକେଟ୍ପରେ

ପ୍ରେମର ଜୁଆର ତହିଁ ଉଛୁଳେ,

ଗୋଲାପ କବିତା ମେସେଜ ସବୁ

ରଖିକରିଥାନ୍ତି ପ୍ରେମିକ ବାବୁ, 

ପ୍ରେମିକା କବରି ଭିତରେ ବସି

ଆଖି ଠାର ମାରେ ମୁରୁକି ହସି,

ନାଲି ଗୋଲାପ ସେ ନାଲି ଗୋଲାପ

ଠାରି ଠାରି କହେ କଥା ଅଳପ,

ପାର୍କ ଉଦ୍ୟାନ ରେଷ୍ଟୁରାଣ୍ଟ ଘରେ 

ରୋମାନ୍ସ ରୋମାନ୍ସ କଥା କଥାରେ,

ଆଧୁନିକ ସଭ୍ୟ ଜଗତ ଏଇ

ଭାଲେନ୍ଟ୍ଟିନା ଡେ଼ ନା କୁ ନେଇ,

ନାଲି ଗୋଲାପର ବଢେଇ ଭାଉ

ଆଉ ଯେତେ ଯାହା ପଛକୁ ଥାଉ.....।


Rate this content
Log in

More oriya poem from Manish Parija

Similar oriya poem from Romance