ମୟୂରୀ ଗୋ ଦେଖ ଆକାଶେ ଘୋଟିଛି
ମୟୂରୀ ଗୋ ଦେଖ ଆକାଶେ ଘୋଟିଛି
ମୟୂରୀ ଗୋ !
ଦେଖ ଆକାଶେ ଘୋଟିଛି ମେଘ !
ମୟୂରୀ ଗୋ !
ଟିକିଏ ବୁଲେଇ ଆଣ ତୁମ ନଜର ,
ସରିଲା ଦିନ ସେ ଗରମ ଯାତନା ତାଡନାର ,
ଆଜି ଆଉ ନାହିଁ ସେ ଦାରୁଣ ଦିନ ନିଦାଘର ,
ତୁମକୁ ମୋତେ ସେ ସିଜେଇ ତା ତାଡ଼ନାରେ ଆଜି ଉଭାନ ନାହିଁ ଚିହ୍ନ ବର୍ଣ୍ଣ ତାର ।୧
ଋତୁ ଚକ୍ରେ ଅନେକ ଦେଲା ସେ ତାଡନା ,
ଗୋ ମୟୂରୀ ଆଉ କାହିଁ କର ମନ ଉଣା ,
ଆଜି ମେଘମାଳ ଛାତିରେ ସାଉଁଟି ଶ୍ରାବଣ ଯେ ଉପନୀତ ହୁଏ ଆନମନା ,
ଗରଜି ଗରଜି ମେଘ ଖଣ୍ଡ ଦିଏ ଝରାଏ ସଲୀଳ ଝରଣା । ୨
ପଲକ ଟିକିଏ ଘୁଞ୍ଚେଇ ଦେଖ ଆକାଶକୁ ,
ତା ଛାତିରେ ଆଉଜି ରହିଥିବା ସେ କଳାହାଣ୍ଡିଆ ମେଘମାଳକୁ ,
ଆଜି ସେ ବ୍ୟଗ୍ର ବର୍ଷିବାକୁ ,
ସତେ ପୋଛିଦେବ ଧରଣୀର ଉଷ୍ଣତାକୁ । ୩
ଗୋ କେକୀ ବିଳମ୍ବ କାହିଁ କର ହଜାଉଛ ସମୟକୁ ,
ଦେଖି ସେ କଳା ମେଘକୁ ମୁଁ ବ୍ୟସ୍ତ ନୃତ୍ୟ କରିବାକୁ ,
ଆସ ପ୍ରିୟେ ନାଚିଯିବା ପାଦେ ପାଦ ଛନ୍ଦି ଅପେକ୍ଷା ଅବା ଆଉ କାହାକୁ ,
ଉଛୁର ହେଲେ ଖୋଜିଲେ ବି ମିଳିବନି ଏ ବେଳାକୁ । ୪
ଅମାନିଆ ହୁଏ ଏ ବର୍ଷା ରାଣୀ ,
ମୋତେ ଆଜି ସେ ଭିଜେଇ ସାରିଲାଣି ,
କିନ୍ତୁ ମନ ମୋର ତୁମ ସଙ୍ଗ ବିନା ଭିଜି ପାରେନି ,
ହେ ମୟୂରୀ ଆସ ଭିଜେଇବା ପହିଲା ବର୍ଷାରେ ମନ ଦେହ ବିଳମ୍ବ କରନି । ୫