STORYMIRROR

Prabhudatta Pradhan

Inspirational

3  

Prabhudatta Pradhan

Inspirational

ମୁଁ ଝିଅ ଟିଏ

ମୁଁ ଝିଅ ଟିଏ

1 min
316


ଝିଅ ଟିଏ ମୁଁ, ଝିଅ ଟିଏ

ଜନ୍ମ ଆଗରୁ, ବାପା ମା କଳି

କେତେ ଯେ ମୁଁ ଦେଖିଥାଏ

ଜନ୍ମ ହୋଇଗଲେ, ମୋ ହସ ଦେଖି

କେତେ ହସ ପୁଣି ଲୁଚି ଯାଏ!

ଝିଅ ଟିଏ ମୁଁ ଝିଅ ଟିଏ


ବୟସ ବଢିଲେ କେତେ ପାପ ଆଖି

ମୋ ଉପରେ ପୁଣି ପଡିଥାଏ

ସବୁ ରାସ୍ତା ଘାଟେ, ଆଗ ପଛ ଦେଖି

ଡରି ଡରି ମୁଁ ଚାଲୁଥାଏ

ଝିଅ ଟିଏ ମୁଁ ଝିଅ ଟିଏ !


ଜନ୍ମ ମାଟି ଛାଡି, ପର ଘରେ ମୋର

ଭାଗ୍ୟରେଖା ମୋର ଯୋଡ଼ା ଥାଏ

ଦୁହିତା ଦୁଇ କୂଳକୁ ହିତା

ମୋ ଦୁଃଖ କଥା କାହାକୁ କହିବି?

ଭିତରେ ଭିତରେ ମୁଁ ଜଳୁଥାଏ

ଝିଅ ଟିଏ ମୁଁ ଝିଅ ଟିଏ !


ପାଦେ ପାଦେ ଦେଖ କଳଙ୍କର ବେଡି

ପଛେ ପଛେ ମୋର ଆସୁଥାଏ

ନିଜର ସତୀତ୍ଵ ଦେବା ପାଇଁ ମୋତେ

ଅଗ୍ନି ପରୀକ୍ଷା ମୁଁ ଦେଉଥାଏ

ଝିଅ ଟିଏ ମୁଁ ଝିଅ ଟିଏ !


ଚାହେଁନା ମୁଁ ଖାଲି

ରାତିର ଶେଯରେ ସାଥି ଟିଏ

ଖୋଜୁଥାଏ ନୀତି

ସ୍ନେହ,ଆଶ୍ରିବାଦ ଭରା ହାତଟିଏ

ଝିଅ ଟିଏ ମୁଁ ଝିଅ ଟିଏ !


ପୁରୁଷ ସଫଳତା ପଛେ

ନାରୀ ହାତଟିଏ ରହିଥାଏ

ଏ କଥା ଦୁନିଆ କହିଥାଏ

ବୁଝିପାରେ ନାହିଁ କାହିଁକି କେଜାଣି

ଧର୍ଷଣ ଝିଅ ଟିଏ ହୋଇଥାଏ?

ଝିଅ ଟିଏ ମୁଁ ଝିଅ ଟିଏ !


ନାରୀ ସୁରକ୍ଷାର ବାର୍ତା

ମଞ୍ଚରେ ନେତା କହୁଥାଏ

ଇତିଶ୍ରୀ, ଛବିରାଣୀ, ବେବିନା,

ସସ୍ମିତା ମାଧବୀଲତା

ଆତ୍ମାର କଥା କିଏ ଶୁଣିଥାଏ?

ଝିଅ ଟିଏ ମୁଁ ଝିଅ ଟିଏ.... !


ମୁଁ ମାଟି ହାଣ୍ଡି ଟିଏ

ଭାଙ୍ଗିଗଲେ ଏଠି ଚଲିଥାଏ

କଣା ଟିଏ ହେଲେ ମୋ ଦେହେ....

ଖରା ବର୍ଷା ଶୀତ....

ବାହାରେ ପଡି ମୁଁ ସଢୁ ଥାଏ

ଝିଅ ଟିଏ ମୁଁ ଝିଅ ଟିଏ..... !

ପ୍ରଭୁଦତ୍ତ ପ୍ରଧାନ...

ଦୁର୍ଗାପ୍ରସାଦ, ନୟାଗଡ...


Rate this content
Log in

Similar oriya poem from Inspirational