ଫଗୁଣ
ଫଗୁଣ
1 min
496
ସତରେ ନୁହେଁ, ସପନରେ ମୋର
କାଲି ଜଣେ ଆସିଥିଲା
ଦୁଇ ହାତେ ପୁଣି ଅବିରକୁ ଧରି
ଖିଲି ଖିଲି ହସୁଥିଲା.... !
ଅବିର ଆଣିଲା, ମୋ ଦେହେ ବୋଳିଲା
କାନେ ମୋର କହିଗଲା
ତୁମେ ଆସିବାକୁ, ଡେରି କଲ ବୋଲି
ମୋତେ ଆସିବାକୁ ହେଲା.... !
ମୋ ନଜର ଯେବେ, ତା ଦେହେ ପଡିଲା
ସେ ଧଳା ଲୁଗା ପିନ୍ଧିଥିଲା
ମନରେ ଭାବିଲି,ମୁଁ ଅବିର ବୋଳିଲେ
ଏ ଲୁଗା ସବୁ ଦିନ ପାଇଁ,ମୋ ନାଁରେ ତ ହେଲା !
ମନ କଥା ମୋର ବୁଝିସେ ଗଲା
ହାତ ଧରି ମୋ ଏକଥା କହିଲା
ହେ ମୋ ଫଗୁଣ
ତୁମ ପାଖରେ ମୁଁ ହେଲି ସମର୍ପଣ
ମୋ ଦେହେ ଲଗାଅ ଏମିତି ଅବିର
ମୁଁ ରଙ୍ଗେଇବାକୁ ଖୋଜୁଥିବି,
ତତେ ବାର ବାର.......
ତତେ ବାର ବାର....... !
ପ୍ରଭୁଦତ୍ତ ପ୍ରଧାନ
ଦୁର୍ଗାପ୍ରସାଦ,ନୟାଗଡ
