" ମୃତ୍ଯୁ "
" ମୃତ୍ଯୁ "
ଯେତେ ଅଭିମାନ କରିବାର ଅଛି
କରିନିଅ ପ୍ରିୟା ଏବେ ,
ମନ ଭରି ତୁମେ ଢାଳି ଦିଅ ଲୁହ
ରଖ ନାହିଁ ବାକି କେବେ
ମୃତ୍ଯୁ ପରେ ମୋର ମୋ ଛାତି ଉପରେ
କାନ୍ଦିବନି ମଥା ରଖି ,
ଲୁହ ଭରା ତୁମ ଉଦାସିଆ ମୁହଁ
ପାରିବିନି ମୁଁ ଯେ ଦେଖି
ବିଞ୍ଚି ଦେବ ତୁମ କଅଁଳ ଓଠରୁ
ହସର ପାଖୁଡା କିଛି ,
କେତେ ଭଲପାଅ ଦେଖୁ ଥିବି ମୁ ଯେ
ଶୋଇଥିଲେ ଆଖି ବୁଜି
ଆର ଜନମକୁ ଋଣି କରି ଦବ
ମୋ ଛାତିରେ ଫୁଲ ଦେଇ ,
କୃଷ୍ଣଚୁଡା ପରି ହସୁଥିବି ମୁଁ ଯେ
ଜଲନ୍ତା ଜୁଇରେ ଶୋଇ
ଭିଜିଭିଜି ଆମ ମୁଗ୍ଧ ଅତୀତରେ
ସୁଖୀଥିବ ସଦା ଏଠି ,
ଜହ୍ନ ରାଇଜରୁ ଯୋଛନା ହାତରେ
ନିଇତି ଲେଖିବି ଚିଠି
