STORYMIRROR

Dr.Jagadananda Acharya

Others

4  

Dr.Jagadananda Acharya

Others

ମନେପଡେ

ମନେପଡେ

1 min
460

ଆଜି ମନେପଡେ ପିଲାଦିନ କଥା

ଗାଁ ଦାଣ୍ଡ ଧୂଳି ଖେଳ,

ଆଜି ମନେପଡେ ହଜିଲା ମୁହୁର୍ତ୍ତ

ସାଙ୍ଗସାଥିଙ୍କର ମେଳ।।

ଆଜି ମନେ ଚାହାଳୀର କଥା

ବରଡା ପତର ଚଟ,

ଆଜି ମନେପଡେ ଲହକା ବେତକୁ

ପିଠିରେ ପଡିବା ଛାଟ।।

ଆଜି ମନେପଡେ ବାଗୁଡିର ଖେଳ

ସାଙ୍ଗସାଥିଙ୍କର ପାଟି,

ଆଜି ମନେପଡେ ଅଭୁଲା ସମ୍ପର୍କ

ପଡିଥାଏ ଯେବେ କଟି।।

ନାହିଁ ସେ ସମ୍ପର୍କ ନାହିଁ ଧୂଳିଖେଳ

ନାହିଁ ସେ ବରଡା ଚଟ,

ନାହିଁ ଦାଣ୍ଡଧୂଳି ସାଙ୍ଗସାଥି ମେଳି

ପାଣିକାଦୁଅର ବାଟ।।

ଆଜି ଫେରିଗଲି ମୋ ପିଲାଦିନକୁ

ଦିଟୋପା ଗଡିଲା ଲୁହ,

ଫେରି ଆସନ୍ତାକି ସେ ଆଭୁଲା ସମୟ

ଅନ୍ତରେ ଭରିଛି କୋହ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Jagadananda Acharya