STORYMIRROR

Debasis Acharya

Abstract Others

3  

Debasis Acharya

Abstract Others

ମୋର ମାତୃଭୂମି

ମୋର ମାତୃଭୂମି

1 min
177


ହୃଦୟ ଯାହାର ସରଗଠୁ ବଡ଼

ମମତା ପୁରନ୍ତା ନଈ

ଆନକୁ ନିଜର ନ ଭାବେ ସେ ପର

ପ୍ରିୟ ମାତୃଭୂମି ସେହି  (୧)


ନମସ୍କୃତ୍ୟ ମୋର ଓଡ଼ିଶା ଭୂଇଁ ସେ

ପ୍ରାଚୂର୍ଯ୍ୟ ପୂରିତ ପୁଣ୍ୟତୋୟା ଯେ

ଉତ୍କଳୀୟତାର ଉତ୍କର୍ଷତା ସେ ତ

ଦୃଶ୍ୟ ହୁଏ ନାହିଁ ହୁଏ ଅଙ୍ଗୀଭୂତ  (୨)


ସ୍ୱର୍ଣ୍ଣ ଲିପିବଦ୍ଧ ଯା'ର ଇତିହାସ

ସମୃଦ୍ଧି ବିରତ୍ଵ ପ୍ରଗତିର ଦେଶ

ମହା ଚକ୍ରବର୍ତ୍ତୀ ଅଶୋକ ରୁଧିର

ଶାଣିତ ନୁହଁ ସେ ବୀରତ୍ୱର ଗାର  (୩)


କବିର ଲେଖନୀ ଚିତ୍ରକର ତୂଳୀ

ସୌନ୍ଦର୍ଯ୍ୟ, ଚାପଲ୍ୟ ଆକର୍ଷଣ ଢାଳି

ପ୍ରସ୍ଫୁଟିତ ସ୍ରୋତେ ମନ ମୁଗ୍ଧ କରି

ଅପୂର୍ବ ଆଭାର ଉନ୍ମୋଚନ କରି  (୪)


ବହୁ ପୁରାତନ ସୁଶୋଭ୍ୟ ସଂସ୍କୃତି

ଚକ୍ଷୁ ଉନ୍ମୋଚୟେ ଭରଇ ସେ ପ୍ରୀତି

ମାର୍ଜିତ ଜ୍ଞାନର ନିକଷା ପ୍ରାଚୀରେ

ପ୍ରତି ଉତ୍କଳୀୟ ରକ୍ତ ବିନ୍ଦୁରେ  (୫)


ଅତ୍ୟାଧୁନିକତାର ଚୁମ୍ବକୀୟ ସ୍ପର୍ଶ

ଅଙ୍କୁରୋଦଗମ୍ ସେ ସମ୍ପୂର୍ଣ୍ଣ ଉତ୍କର୍ଷ

ଉତ୍କଳୀୟତାର ସ୍ରୋତ ସ୍ୱାଭିମାନ

ଅଭିବ୍ୟକ୍ତ ହୁଏ ଯଥାସାଧ୍ୟ ମାନ (୬)


ପ୍ରକୃତି ମଂଚର ରଙ୍ଗଶାଳା ସେ ଯେ

ଅବୀରେ ରଞ୍ଜିତ ଭରା ସବୁଜିମା

ଲୋଲୁପ ଦୃଷ୍ଟିର ମୁଖ୍ୟ ଆକର୍ଷଣ

ନମସ୍କୃତ୍ୟ ଦେବୀ ନୁହଁଇ ପ୍ରତିମା   (୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Debasis Acharya

Similar oriya poem from Abstract