STORYMIRROR

Debasis Acharya

Inspirational

3  

Debasis Acharya

Inspirational

ମୁଁ

ମୁଁ

1 min
239


ଏହି ସମୟର ଚୋରାବାଲିରେ

ଦୌଡୁଛି ଆଜି ମୁଁ ...

ମରୀଚିକାକୁ ସ୍ପର୍ଶ କରିବାକୁ ଯାଇ

ଅବସ ହୋଇଛି ମୁଁ .....

ଦୁଃଖର ପାହାଡ଼ ଅତିକ୍ରମ କରିବାକୁ ଯାଇ

ଅଭେଦ୍ୟକୁ ଭେଦ କରିଛି ମୁଁ ....

ସୁଖର ମଧୁମୟ କୋମଳ ସ୍ପର୍ଶ ଲଭିବାକୁ ଯାଇ

ଶତ୍ରୁଙ୍କୁ ନିମନ୍ତ୍ରଣ ଦେଇଛି ମୁଁ ......

ଏହି ଜୀବନ ହୋଇଛି ପ୍ରହେଳିକା ସମ

ଆସନ୍ନ ବିପଦରେ ଥରୁଛି ମୁଁ .....

ମିଛ ମାୟା ସଂସାରେ ଧୋକା ଖାଇ ଖାଇ

ଭରସା ଟିକକ ପାଇଁ ଡରୁଛି ମୁଁ ....

ସମସ୍ତେ ଆଜି ଜଣେ ଜଣେ ବେପାରୀ ହେଲେଣି

ସଚ୍ଚୋଟତାକୁ ଖୋଜୁଛି ମୁଁ...

ଯୁଆଡ଼େ ଦେଖୁଛି ସବୁଠି ପାଶ୍ଚାତ୍ୟ ସଂସ୍କୃତିର ରାଜ

ମାଟି ମା'ର ଦୁଃଖକୁ ଦେଖୁଛି ମୁଁ.....

ଚକା ଚକା ଆଖି କରି ଅନାଇ ବସିଛି ଜଗନ୍ନାଥ

ତା ଶରଣାଗତ ଅଧମ ମୁଁ.....

ସଭିଙ୍କୁ ସଦବୁଦ୍ଧି ଦେବା ଆଶାରେ ମହାବାହୁ

ତୋ ଆଶାରେ ବଞ୍ଚିଛି ମୁଁ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Debasis Acharya

Similar oriya poem from Inspirational