STORYMIRROR

Panchanan Jena

Tragedy

3  

Panchanan Jena

Tragedy

ମୋ' ମନ କହୁଛି

ମୋ' ମନ କହୁଛି

1 min
43

ତୁମେ ତ ଦେଖିଲ କେତେ ଯେ ଆଙ୍କିଲ

 କଳ୍ପନାରେ ଇନ୍ଦ୍ରଧନୁ

ମୋ' ମନ କହୁଛି ବିରହ ବେଦନା

ରାତି ସାରା ତପ୍ତ ତନୁ । ୧।


ତୁମେ ଭାବୁଥିବ ସାବୁନ ମାଖୁଆ 

ପାଣିରେ ଗାଧୁଆ ଗୋରା ତକତକ ଦେହ

ମୋ' ମନ କହୁଛି ଏକାକୀ ରହୁଛି

ବିଦେଶେ ପ୍ରୀୟ ବିରହ ।୨।


ତୁମେ ଭାବୁଥିବ ନେତ୍ର କଟାକ୍ଷରେ

ହାଣେ ଇଶାରାରେ ଫେରାଇ ନ ହୁଏ ଆଖି

ମୋ' ମନ କହୁଛି ଲଘୁଚାପ ବର୍ଷୁଛି 

ରାତ୍ରୀ ଗର୍ଜୁଛି ଛଟପଟ ନିରିମାଖି ।୩।


ତୁମେ ତ ଭାବୁଛ ଚମ୍ପା ଫୁଲିଆ

ରମ୍ଭା ଜଙ୍ଘିଆ ଶହେ କୋଣାରକ କଥା

ମୋ ମନ କହୁଛି ନିଃସଙ୍ଗେ ପ୍ରସ୍ତରେ 

କେତେ ଯେ ଯନ୍ତ୍ରଣା ବ୍ୟଥା ।୪।


ତୁମେ ତ ଚିନ୍ତୁଛ ପତଳୀ ଉଠରେ 

ପଳାସ ରଙ୍ଗରେ ଦୁନିଆର ଶେଷ ମଧୁ

ମୋ ମନ କହୁଛି ହାଏରେ ବିଧାତା

 ନିଷ୍ଠୁର କରତା ହେଇଯାଉ କିଛି ଯାଦୁ ।୫।


ତୁମେ ତ ଚିତ୍ରୁଛ ଚିକ୍କଣ ଚାକ୍କଣ ଶିଭଳି ଅଣ୍ଟାରେ

 ଫସିନାହିଁ ସିଏ ବୋକା

ମୋ' ମନ କହୁଛି ବୋକା ସେ ପୁରୁଷ

ଛାଡ଼ି ସୋମରସ ପ୍ରବାସେ ପଇସା ଧୋକା ।୬।


ତୁମେ ତ ଭାବୁଛ ସିଂହକଟୀ ଠାଣୀ 

ମାଦଳସୀ ରାଣୀ ମରାଳ ଗମନା ବାମା

ମୋ ମନ କହୁଛି ପ୍ରତୀକ୍ଷାରେ ଅଛି 

ହାହାକାର କରୁଛି ଅଧିର ବିଳାପ ସାରେଗାମା ।.୭।


ତୁମେ ତ ଭାବୁଛ ମାନସୀ ରୂପସୀ 

କଳ୍ପନା ବିଳାସୀ ମନ ରାଇଜର ପରୀ

ମୋ ମନ କହୁଛି ଭାବି ସ୍ଵାମୀ ସ୍ମୃତି ପୀରତୀ 

ରାତି ପାହିଯାଏ ପ୍ରୀତି ବଲ୍ଲରୀ ।୮।


ତୁମେ ତ ଭାବୁଛ କୃଷ୍ଣ ଘନକେଶ 

ମେଘମାଳା ବେଶ ଚୁର୍ଣ୍ଣ କୁନ୍ତଳ ଦେହେ

ମୋ ମନ କହୁଛି କାମନା ବିନାସି 

ସ୍ୱାମୀ ପରଦେଶି ଯୁବା କୁଳ ଗର୍ବ କହେ ।୯।


ତୁମେତ ଭାବୁଛ ଉଛୁଳା ଯୌବନ ନହୁଲି ମଉନ

 ଚୁମି ଦିଅନ୍ତାକି ମୋତେ

ମୋ ମନ କହୁଛି ଦୁଃଖରେ ମରୁଛି

ନିଃସଙ୍ଗ ପୀରତି ବଧୂଲି କଳିକା କେତେ ।୧୦।


କରେ।ନାରେ ଫସି ଅନ୍ୟରାଜ୍ୟେ ବସି 

ସେ ପଟେ ଯକ୍ଷ କୁମାର

ଏହି ଚିତ୍ରପଟ ଦେଖି ଛଟପଟ

ବିରହ ଗାଥା ଆପାର ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy