ମୋ ବାପା ମୋ ହିରୋ
ମୋ ବାପା ମୋ ହିରୋ
ମାେ ପିତା ମୋ ପ୍ରିୟ ଅଟନ୍ତି,
ତାଙ୍କ ପରି ଆଉ କେ ନାହାନ୍ତି।
ତାଙ୍କ ଆଶିଷ ସଦା ପାଇ,
ଜୀବନେ ବଞ୍ଚିଅଛି ମୁହିଁ।
କରନ୍ତି ସେ ସ୍ନେହ,ଆଦର
ସେବା,ଶୁଶ୍ରୁଷା ନିରନ୍ତର।
ତାଙ୍କରି ସେବା ଯତ୍ନ ପାଇ,
ବଢିଲି ଧିରେ ଧିରେ ମୁହିଁ।
କୋଳେ ଧରି କି ଗେଲ କଲେ,
କାନ୍ଦିଲେ ମୋତେ ବୁଝାଇଲେ।
ଖାଇବା ଦ୍ରବ୍ୟ ଆଣିଦେଲେ,
ମୋତେ ଖୁଆଇ ଖୁସି ହେଲେ।
ନୂଆଁ ପୋଷାକ ଦେଲେ କିଣି,
ସବୁ ଆଣିଲେ ମନ ଜାଣି।
ହାତ ଧରିଣ ବୁଲାଇଲେ,
କେତେ କଥା ଯେ ଶିଖାଇଲେ।
ପାଞ୍ଚ ବରଷ ଯେତେବଳେ,
ମୋତେ ସ୍କୁଲରେ ଛାଡ଼ିଦେଲେ।
ପାଠ ପଢାରେ ଦେଲି ଧ୍ୟାନ,
ତାଙ୍କ ପାଇଁ ଲଭିଲି ମୁଁ ଜ୍ଞାନ।
ଗୁରୁ ଜନଙ୍କୁ ଭକ୍ତି କଲି,
ଉତ୍ତମ ସନ୍ତାନ ମୁଁ ହେଲି।
ପାଠ ପଢି ମୁଁ ବଡ଼ ହେଲି,
ପିତାଙ୍କ ନାମ ମୁଁ ରଖିଲି।
ତାଙ୍କ ପାଇଁ ମୁଁ ସର୍ବ ସ୍ଥାନେ,
ପାଛୋଟି ନେଲେ ସସମ୍ମାନେ।
ଆଜି ମୋ ପିତାଙ୍କର ବଳେ,
ଭ୍ରମୁଛି ଏହି ଭୁମଣ୍ଡଳେ।
ମାେ ପିତା ମୋ ନାୟକ ଅଟନ୍ତି,
ସାକ୍ଷାତେ ଈଶ୍ୱର ଅଟନ୍ତି।
ପିତାଙ୍କ ପାଦ ପଦ୍ମେ ଯାଇ,
ପ୍ରଣାମ କରେ ଆଜି ମୁଁହି।
