ମୁଁ ଭଲପାଏ
ମୁଁ ଭଲପାଏ
ଜୀବନରେ ଯିଏ ଯନ୍ତ୍ରଣାକୁ ଭୁଲି
ହସକୁ ଆଦରି ନିଏ,
ନିଜ ଜୀବନକୁ ଜନ୍ମମାଟି ପାଇଁ
ହସିହସି ଢ଼ାଳି ଦିଏ,
ସତରେ ସେହି ମଣିଷକୁ
ଜୀବନରେ ମୋର
ସବୁଠୁ ମୁଁ ଭଲପାଏ।
ଯିଏ ଜାତି ଧର୍ମ ଭୁଲି ସଭିଙ୍କୁ
ନିଜର ଆପଣାର କରିଥାଏ,
ରାଗ ଅଭିମାନ ଭୁଲିଯାଇ
ସତେ ସ୍ନେହ ପ୍ରେମ ବାଣ୍ଟିଥାଏ,
ସତରେ ସେହି ମଣିଷକୁ ଜୀବନରେ ମୋର
ସବୁଠୁ ମୁଁ ଭଲପାଏ।
ଜୀବନରେ ଯିଏ ସମାଜର
ପାଇଁ ଭଲ କାମ କରିଥାଏ,
ସଂଘର୍ଷ ମୟ ଏ ଜୀବନରେ
ପୁଣି କେବେ ତ ହାରି ନ ଥାଏ,
ସତରେ ସେହି ମଣିଷକୁ ଜୀବନରେ ମୋର
ସବୁଠୁ ମୁଁ ଭଲପାଏ।
ଅଳସପଣ ଯେ ପରିତ୍ୟାଗ
କରି ନିତି କର୍ମ କରୁଥାଏ,
କର୍ମ ହିଁ ସତରେ ଈଶ୍ୱର ଅଟନ୍ତି
ତାଙ୍କୁ କିଏ ସରି ନୁହେଁ,
ସତରେ ସେହି ମଣିଷକୁ ଜୀବନରେ ମୋର
ସବୁଠୁ ମୁଁ ଭଲପାଏ।
ଶାନ୍ତି, ମୈତ୍ରୀ, ପ୍ରୀତି ବିଜୟର ଗୀତି
ନିତି ଯିଏ ଗାଉଥାଏ,
ସେ ମହାପୁରୁଷ ବୋଲାନ୍ତି
ଜଗତେ ମଥା ମୋର ନଇଁଯାଏ,
ସତରେ ସେହି ମଣିଷକୁ ଜୀବନରେ ମୋର
ସବୁଠୁ ମୁଁ ଭଲପାଏ।
