Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy Inspirational

4  

Ajit Kumar Raut

Tragedy Inspirational

ମଙ୍ଗଳ ହେଉ ଦେଶର

ମଙ୍ଗଳ ହେଉ ଦେଶର

1 min
239



ଦୟା କର ପ୍ରଭୁ      ଜୀବନର ପଥେ


     ଭୟମୁକ୍ତ ହେଉ ଦେଶ


ଦୁଖିତ ହିଁ ଦେଶ      ଚିନ୍ତିତ ଜନତା


     ଚିନ୍ତାମଗ୍ନ ଆଜି ଦେଶ।୧।


କି ନୀଳା କରୁଛ      ଆହେ ଜଗନ୍ନାଥ


     ସହିବାକୁ ଅସମ୍ଭବ


ରୋଦନର ରାବ୍      ବିଚଳିତ କରେ


     ବିକରାଳ ଦିଶେ ଭବ।୨।


ଭୟାଭୟ ନୀଳା     ବନ୍ଦ କର ନାଥ


     ବହୁ ହୋଇ ଗଲା ଏବେ


ଧର୍ଯ୍ୟ ନାହିଁ ଆଉ     ସହିବାକୁ ଦେହେ


     ଚିନ୍ତା କରି ଭାବ ଏବେ।୩।


ଶ୍ରୀହୀନ ପରି ହିଁ      ଲାଗୁଅଛି ଏବେ


     ପବିତ୍ର ଭାରତ ଭୂମି


ସବୁତ କାରଣ       ପ୍ରଭୁ ଜଗନ୍ନାଥ


     ଚିନ୍ତାମୁକ୍ତ କର ଭୂମି।୪।


ତୁହିହିଁ ସର୍ବୋଚ୍ଚ      ସର୍ବୋପରି ଭବେ


     ସୃଷ୍ଟିକର୍ତ୍ତୀ ଅଟୁ ତୁହି


ତୁହି ନ ରଖିଲେ      ଆଉ କେ ରଖିବ


     ଜୀବନ ଆଧାର ତୁହି।୫।


କରୁଣାର ଆଖି       ମେଲି ଦିଅ ନାଥ


     ନିରାପଦ ହେଉ ଦେଶ


କର୍ତ୍ତବ୍ୟର ପଥେ      ବଢୁଥାଉ ଦେଶ


     ନ ରହୁଟି ଆଉ କ୍ଳେସ।୬।


ଏପରି ତାଣ୍ଡବ       ଦେଖି ନାହିଁ କେବେ    

        

     ହେଉଛି ଆତୁର ମନେ


ବିଭିନ୍ନ ପ୍ରକାର       ଚିନ୍ତାର ବିଷୟ


     ଆସୁଅଛି ଘନେ ଘନେ।୭।


ଦୟାକରିବେଟି       ପ୍ରଭୁ ଜଗନ୍ନାଥ


     ମନରେ ଅଛି ବିଶ୍ୱାସ 


ଭକ୍ତଙ୍କର ବନ୍ଧୁ       କରୁଣାର ସିନ୍ଧୁ


     ଭରିବେ ଆତ୍ମବିଶ୍ବାସ ।୮।


ତବ ପଦ ବିନୁ       ଗତୀ ନାହିଁ କାର


     କରୁଣା କର ହେ ନାଥ


ପ୍ରେମ ଭକ୍ତି ଶ୍ରଦ୍ଧା      ସମର୍ପଣ ଭାବ


     ଜୀବନେ ଭରହେ ନାଥ।୯।


ଦୟାକର ପ୍ରଭୁ       ଜୀବନର ପଥେ


     ଭୟମୁକ୍ତ ହେଉ ଦେଶ


ଦୁଖିତ ହିଁ ଦେଶ      ଚିନ୍ତିତ ଜନତା


     ଚିନ୍ତାମଗ୍ନ ଆଜି ଦେଶ।୧୦।


Rate this content
Log in

Similar oriya poem from Tragedy