STORYMIRROR

Leena Bastia

Drama Action Others

3  

Leena Bastia

Drama Action Others

ମନେ ପଡେ........

ମନେ ପଡେ........

1 min
11.9K

 ( ଧୀରେ ପଢନ୍ତୁ...)

ମୋ ଦେଶ ମୋ ମାଟି

   ଓଡ଼ିଶାର ଓଡ଼ିଆ ବୋଲି ପରିଚିତ ସବୁଠି,

   କହି ବୁଲେ ଘୁରି ଘୁରି ଜନମ ମୋର ଏଇଠି,

ମାେ ଦେଶ ମୋ ମାଟି

  କାହିଁ ସେ ବାଲି ଘର,କାହିଁ ମୋ ସାଥୀ ମେଳ

  ସେ ମିଛି ମିଛିକା ବୋହୂ ଖେଳ,

   ଜାଣିଛି, ହଜିଛି ସେ ସ୍ବପ୍ନ ମୋର

   ଫେରିଛି ମୁଁ, କାହିଁ କିନ୍ତୁ ସେ ଘର ମୋର,

ମୋ ଦେଶ ମୋ ମାଟି

  ମନେ ପଡେ ମା' ର ସେ ଲୀନା ଡାକ

  ସେ ସ୍ନେହ ଆଉ ସେ ହସ ତକ,

   କିଏବା ସହିବ ଅଳି ମୋ ବାପାଙ୍କ ଭଳି

   ପ୍ରିୟ ମୋ ଭାଇମାନେ,ଆଜି ହୁଏ ମୁଁ ଭାଳୀ,

ମୋ ଦେଶ ମୋ ମାଟି

ସଜିଛି ଆଜି ମୁଁ ବୋହୂ ହୋଇ, କିନ୍ତୁ ନାହିଁ ସେ କାଳ

ଆଖିରୁ ମାେ ଲୁହ ପୋଛି ସାଥୀ କହେ, ଇଏ ଆଉ ଏକ ସକାଳ,

  ହାତ ମୋର ଧରି ଚାଲେ,ସ୍ନେହଭରା ହସ ସାଥେ

   ଏବେ ମତେ କୁହ ଭଲେ , କିମ୍ପା ନ ଚାଲିବି ସେହି ପଥେ ?

ମୋ ଦେଶ ମୋ ମାଟି

    ଝିଅ ନୁହେଁ ଆଜି ବୋହୂ ମୁଁ

   କର୍ତ୍ତବ୍ୟର ପ୍ରତିମୂର୍ତ୍ତି ଟିଏ ମୁଁ,

    ହାରିନି କି ହରିବିନି ମୁଁ

   ମୋ ମାଟିର ମହକ ସାଥେ ନେଇ, ଜୀବନର ଖେଳ ଜିତିବି ମୁଁ,

ମୋ ଦେଶ ମୋ ମାଟି

    

    ଓଡ଼ିଶାର ଓଡ଼ିଆ ବୋଲି ପରିଚିତ ସବୁଠି,

    କହି ବୁଲେ ଘୁରି ଘୁରି ଜନମ ମୋର ଏଇଠି,

   ମୁଁ ଓଡ଼ିଆ,

    ମୁଁ ଓଡ଼ିଆ,

   ମୁଁ ଓଡ଼ିଆ        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama