STORYMIRROR

Devi Prasad Khadiratna

Inspirational Others

3  

Devi Prasad Khadiratna

Inspirational Others

ମନ ଲାଗିଲାଣି ପିତା

ମନ ଲାଗିଲାଣି ପିତା

1 min
13.3K


ବୟସ ସରିଲା ଅୟସ ସରିଲା

ସରିଲା କାମିନୀ ଚିନ୍ତା ।

ହାତ ବି ଥକିଲା ଗୋଡ଼ ବି ଥକିଲା

ମନ ଲାଗିଲାଣି ପିତା ।। (୧)

କାଳ ଘନେଇଲା ବେଳ ଘନେଇଲା

ଘାରିଲା ବାର୍ଦ୍ଧକ୍ୟ ଚିନ୍ତା ।

ପୁଅ ଭୁଲି ଗଲା ଝିଅ ଭୁଲି ଗଲା

ସ୍ତ୍ରୀ ଲାଗିଲାଣି ପିତା ।। (୨)

ରୋଗ ବଢ଼ିଲାଣି ଶୋକ ବଢ଼ିଲାଣି

ସଂସାରରେ ନାହିଁ ଚିନ୍ତା ।

ନିଜ ଲୋକମାନେ ଯନ୍ତ୍ରଣା ଦେଲେଣି

ଘର ଲାଗିଲାଣି ପିତା ।। (୩)

ପାପ ବି ବଢ଼ିଲା ପୁଣ୍ୟ ବି ବଢ଼ିଲା

ବଢ଼ିଲା ସମ୍ପତ୍ତି ଚିନ୍ତା ।

ନିକିତି ତଉଲ ସାନ ବଡ଼କୁ ଲୋ

ପାପ ଲାଗିଲାଣି ପିତା ।। (୪)

ମୋ ରଙ୍କୁଣୀ ଧନ ମୋ ଜୀବନ ଧନ

ତୋ ସ୍ୱର୍ଗଦ୍ଵାରକୁ ଚିନ୍ତା ।

ତୋ କରୁଣା ବିନା ତୋର କୃପା ବିନା

ନର ଜନ୍ମ ହେବ ପିତା ।। (୫)

ଆରେ କାଳିଆ...

ନର ଜନ୍ମ ହେବ ପିତା ।।

ହେ ଜଗନ୍ନାଥ ! ତବ ଇଛା ପରିବାଞ୍ଛନିୟ...

ଦେବୀ ପ୍ରସାଦ ଖଡ଼ିରତ୍ନ , ରାଜ ରଣପୁର


Rate this content
Log in

Similar oriya poem from Inspirational