STORYMIRROR

Devi Prasad Khadiratna

Others

2  

Devi Prasad Khadiratna

Others

ତଥାପି ଚାଲିଛି ଖୋଜି

ତଥାପି ଚାଲିଛି ଖୋଜି

1 min
13.7K



ଖୋଜିଛି କେତେ ମୋ ହୃଦୟ ଭିତରେ

ସ୍ମୃତିର ମସାଲ ଜାଳି ।

ଜଳେଇବା ଲାଗି ଅତୀତ ର ଅର୍ଘ୍ୟ

ଦେଇଛି କେତେ ମୁଁ ଢ଼ାଳି ।।


ପାହିଯାଇ ଅଛି କେତେ ଯେ ରଜନୀ

ନିଦ ମୋ ଯାଇଛି ହଜି ।

ସରିନି ସପନ ମରିନି ଏ ମନ

ତଥାପି ଚାଲିଛି ଖୋଜି ।।


ଭିଜେଇଛି କେତେ ନିଜକୁ ଲୁହରେ

ବଢ଼ି ଅଛି କେତେ କୋହ ।

ପ୍ରୀତି ର ସପନେ ଭାଷେଇଛି କେତେ

ତଥାପି ତୁଟିନୀ ମୋହ ।।


ଖୋଜା ଚାଲିଥିବ ଭିଜା ଚାଲିଥିବ

ଫେରିବ ଅତୀତ ଦିନ ।

ଆଜି ନହେଲେ ବି କାଲିକି ଆସିବ

କହୁଛି ଅବୁଝା ମନ ।।


(ଦେବୀ ୨୯/୦୮/୧୮)


Rate this content
Log in