Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASHOK KUMAR NAYAK

Inspirational

4  

ASHOK KUMAR NAYAK

Inspirational

ମନ ଝରଣା

ମନ ଝରଣା

1 min
333


ମନ ଭାରି ଅମାନିଆ ଚଳନ୍ତି ଝରଣା  

ଆଶା ଖୋଜେ ମନଲାଖି ହୁଏ ବାଟବଣା ।


ବହିଯାଏ ଅହରହ ଏ କୂଳେ ସେ କୂଳେ  

ମଧୁଧାରା ଯୋଡ଼ା ତା'ର ସଞ୍ଜରୁ ସକାଳେ ।


କେତେ ରୂପ ଆଙ୍କି ଥାଏ ମନ ପାହାଡ଼ରେ  

କେତେ ସ୍ୱପ୍ନ ଦେଖୁଥାଏ ନ ଶୋଇ ନିଦରେ ।


ଆଶା ତା'ର ଅସୁମାରୀ କଳ୍ପନା ରାଇଜେ  

ଚାନ୍ଦ ଖୋଜି ବୁଲୁଥାଏ ଉଆଁସେ ତା' ଶେଜେ ।


ମନ ଝରଣା ମିଶେ ଜୀବନ ନଦୀ ତୀରେ  

ଆଦର୍ଶ ସାଜିବ ଧୈର୍ଯ୍ୟ ସଂଯମ ବଳରେ ।


ନ ରୂପେ ସୁନ୍ଦର ଚିତ୍ରପଟ୍ଟେ ମନଟଣା  

ଧନ୍ୟ ସେ ସୃଷ୍ଟି ଅନନ୍ୟା ଏ ମନ ଝରଣା ।



Rate this content
Log in

Similar oriya poem from Inspirational