ମନ ଚାହେଁ
ମନ ଚାହେଁ
ମନ ଚାହେଁ…
ନିଜ ଦେହେ ଇନ୍ଦ୍ରଧନୁ ସପ୍ତରଙ୍ଗ ବୋଳିବ
ତା' ସମ ସଭିଙ୍କୁ ସେ ଆପଣାର କରିବ
ସୌହାର୍ଦ୍ଦ୍ୟ ର ଭାବନାରେ ବଶୀଭୂତ ହୋଇ
ଶାନ୍ତି, ମୈତ୍ରୀ, ବନ୍ଧୁତ୍ୱ ର ସଂକଳ୍ପ କୁ ବହି
ସ୍ନେହ, ଶ୍ରଦ୍ଧା, ଭରସା ର ବାରତା ଯେ ଦେବ
ପ୍ରାଣୀ ମନେ ବିଶ୍ୱାସ ର ମଞ୍ଜି ସେ ବୁଣିବ ।
ମନ ଚାହେଁ…
ବିଶାଳ ସାଗର ର ଗଭୀରତା ମାପିବ
ତା' ଶୀତଳ ଉଦକ ସନ୍ନିହିତେ ଆସିବ
ହୃଦୟ କୁ ନିଜର ଆନ୍ଦୋଳିତ କରିବ
ନୀଳ ଜଳରାଶି ର ସେ ଉରମି ସହିତ
ପିଲାଦିନ ଲୁଚକାଳି ଖେଳ ଯେ ଖେଳିବ
ସିନ୍ଧୁ ସମ ମନ ମଧ୍ୟେ ସ୍ଵାଭିମାନୀ ହୋଇବ ।
