STORYMIRROR

Tikelal Majhi

Abstract

3  

Tikelal Majhi

Abstract

ମଜବୁର୍ ମୁଇଁ ଯିବାକେ ଦାଦନ୍ ଖଟି

ମଜବୁର୍ ମୁଇଁ ଯିବାକେ ଦାଦନ୍ ଖଟି

1 min
286

ଆଁ କଲେ ମର୍ କଲ୍ଜା ଦିଶୁଛେ

ପରିବାର୍ ବୋଝ୍ ପିଠି

ଖଣେ କେ ଦି'ଖଣ ନେ କଲେ ସତେ

ନେ ଗଲେ ଢୋକେ ଟଁଟି

ଆର୍ ଗାଁଥି ରହେଲେ ନେ ପାରେଁ କରଜ୍ ଛୁଟି

ହେତିର୍ ଲାଗି ମୁଇଁ ମଜବୁର୍ ହେଉଛେ୍

ଯିବାକେ ଦାଦନ୍ ଖଟି ।।


ସରକାରୀ ସୁବିଧା ସାତ୍ ସପନ୍ ମକେ

ଆଁ କରିଛେ କାଁଥି ଫାଟି

ଶୁଇଥିଲେ ରାତି ତରା ଦିଶୁଥିସି

ସତେ କାଏଁ ଲିଚୁବତୀ

ପଏସା ଦେଲେ ଯେ ଘର୍ ମିଲବା ପରେ

ସରପଞ୍ଚ କହୁଥିଲା ରାତି

ହେତିର୍ ଲାଗି ମୁଇଁ ମଜବୁର୍ ହେଉଛେ

ଯିବାକେ ଦାଦନ୍ ଖଟି ।।


କରିଛେ ସରକାର୍ ଯେତକି ସୁବିଧା

ବନ୍ଧର୍ ପାଏନ୍ କେ ବେଙ୍ଗର୍ ଟଟି

ଉପ୍ରୁ ତଲକେ ଆଏଲେ ବୁହି

ଅଧା ବାଟେ ଯଉଛେ ଅଁଟି

ଆର୍ ଚଉଳ୍ ପାଞ୍ଚ କେଜି ମିଲବା ବଏଲି ଯେ

ରେସନ୍ ଯେଇଛେ କଟି

ହେତିର୍ ଲାଗି ମୁଇଁ ମଜବୁର୍ ହେଉଛେ

ଯିବାକେ ଦାଦନ୍ ଖଟି ।।


ବର୍ଷା ନେଇଁ ବରଷ କେ ବରଷ ଯେ

ପଡୁଛେ ଫେନ୍ ମର୍ଡି

ଖାଏବାର୍ ଲାଗି ମୁଠେ ନେଇ ଘରେ

ସାମାନ୍ ରେଟ୍ ବଢଉଛେ ମାରାଡି

ଆର୍ ଗାଁଥି ବି ତ କାମ ଧନ୍ଧା ହେଲେ

ମେସିନ୍ ଯଉଛେ ମାତି

ହେତିର୍ ଲାଗି ମୁଇଁ ମଜବୁର୍ ହେଉଛେ

ଯିବାକେ ଦାଦନ୍ ଖଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract